ବିମାନ ଦୁର୍ଘଟଣାରେ ୫ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ, ମଧ୍ୟାହ୍ନ ଭୋଜନ ବେଳେ ଚାଲିଗଲା ଜୀବନ
ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୫ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ। ହଷ୍ଟେଲ ଉପରେ ବିମାନ କ୍ରାସ୍ ଯୋଗୁଁ ୫ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା। ୪ ଜଣ UG ଓ ଜଣେ PG ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ଅହମ୍ମଦାବାଦ ବିଜେ ମେଡିକାଲ୍ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଆଉ କିଛି ଡାକ୍ତରୀ ଛାତ୍ର ଆହତ ହୋଇଥିବା ସୂଚନା ରହିଛି। ମଧ୍ୟାହ୍ନ ଭୋଜନ କରିବା ବେଳେ ଛାତରେ ଖସିଲା ବିମାନ।

ଏହାସହ ବିମାନ ଦୁର୍ଘଟଣାକୁ ନେଇ ଅହମ୍ମଦାବାଦ ପୋଲିସ କମିଶନରଙ୍କ ବୟାନ। କେହି ବି ଯାତ୍ରୀ ବଞ୍ଚିଥିବା ଆଶା ଅତ୍ୟନ୍ତ କ୍ଷୀଣ କହିଲେ। ଆହତଙ୍କ ଭିତରୁ ବଞ୍ଚିବା ଆଶା କ୍ଷୀଣ, ସମସ୍ତଙ୍କ ମୃତ୍ୟୁ ଆଶଙ୍କା।
ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା ଏୟାର ଇଣ୍ଡିଆର ଏକ ବିମାନ। ହେଲେ ଉଡ଼ାଣ ଭରିବା ମାତ୍ରେ ହିଁ ଗୁଜୁରାଟର ଅହମ୍ମଦାବାଦରେ ଭୟଙ୍କର ଦୁର୍ଘଟଣାର ଶିକାର ହେଲା। ଯେଉଁଥିରେ ଥିଲେ ୨୪୨ ଜଣ ଯାତ୍ରୀ।












Click it and Unblock the Notifications