କାର-ଟ୍ରକ୍ ମୁହାଁମୁହିଁ ଧକ୍କା, ଚାଲିଗଲା ଗୋଟିଏ ପରିବାରର ୫ ଜୀବନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋିଛି । କାର୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ଫଳରେ ଚାଲିଯାଇଛି ଗୋଟିଏ ପରିବାର ୫ ଜଣଙ୍କ ଜୀବନ। ଏଥିସହ ୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛ। ଆଉ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶ ଶାହଜହାଁପୁରର ମଦନାପରୁ ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ରିୟାସତ ନାମକ ବ୍ୟବସାୟୀ ନିଜ ପରିବାରକୁ ନେଇ କାର ଯୋଗେ ଶାହଜହାଁପୁରରୁ ଦିଲ୍ଲୀ ଅଭିମୁଖେ ଯାଉଥିଲେ । ସେହି ସମୟରେ ମଦନାପୁର ଜାତୀୟ ରାଜପଥରେ ତାଙ୍କ କାର୍ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ଦୁଇ ମହିଳା ଓ ଦୁଇ ଶିଶୁ ଥିବା ଜଣପଡ଼ିଛି।

road accident

ଏନେଇ ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏଥିସହ ର୍କା ଭିତରୁ ଗୁରୁତର ୫ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଥିରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ଏନେଇ ଶାହଜହାଁପୁର ଜିଲ୍ଲାଧିକାରୀ ଧର୍ମେନ୍ଦ୍ର ପ୍ରତାପ ସିଂ କହିଛନ୍ତି, ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଗୁରୁତର ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+