Bus Accident: ପାର୍କିଂରେ ଥିବା ଟ୍ରକ୍‌କୁ ପିଟିଲା ବସ୍, ୫ ମୃତ

ଉତ୍ତର ପ୍ରଦେଶ: ପାର୍କିଂରେ ଥିବା ଟ୍ରକ୍‌କୁ ପିଟିଲା ବସ୍, ୫ ମୃତ। ଫିରୋଜାବାଦ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ଦୁର୍ଘଟଣା ବସ୍‌ଟି ମଥୁରାରୁ ଲକ୍ଷ୍ନୌ ଆସୁଥିଲା, ପ୍ରାୟ ୬୦ ଯାତ୍ରୀ ଥିଲେ । କିଛି ଆହତ ଯାତ୍ରୀଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି।

Five killed

ଲକ୍ଷ୍ନୌର ସନ୍ଦୀପ ନିଜ ୪ ବର୍ଷୀୟ ପୁଅର ମୁଣ୍ଡନ ନିମନ୍ତେ ବନ୍ଧୁବାନ୍ଧବଙ୍କୁ ଧରି ଏକ ବସ୍‌ରେ ମଥୁରା ଯାଇଥିଲେ। ବସ୍‌ରେ ପ୍ରାୟ ୨୦ ଜଣ ଥିଲେ। ମଥୁରାରୁ ଫେରୁଥିବା ବେଳେ ବସ୍‌ଟି ଫିରୋଜାବାଦ ଅତିକ୍ରମ କରୁଥିଲା। ଉକ୍ତ ସମୟରେ ଡ୍ରାଇଭରଙ୍କ ଆଖି ଲାଖିଯିବାରୁ ଗାଡ଼ିଟି ରାସ୍ତା ପାର୍ଶ୍ୱରେ ଥିବା ଡମ୍ଫରରେ ପିଟି ହୋଇଥିଲା।

ଫଳରେ ଘଟଣାସ୍ଥଳରେ ସନ୍ଦୀପଙ୍କ ପତ୍ନୀ ବଡ଼ ପୁଅ, ଝିଅଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍‌ ବସ୍‌ ମଧ୍ୟରୁ ଗୁରୁତରଙ୍କୁ ବାହାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଏଥିସହ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+