କର୍ଣ୍ଣାଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଟ୍ରକ୍କୁ ପିଟିଲା ଭ୍ୟାନ୍ ; ୫ ମୃତ,୧୦ ଆହତ
କର୍ଣ୍ଣାଟକର କଳବୁର୍ଗୀ ଜିଲାରେ ନେଲୋଗୀ ନିକଟରେ ଶନିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଭ୍ୟାନ୍ ଠିଆ ହୋଇଥିବା ଏକ ଟ୍ରକ୍କୁ ଧକ୍କା ଦେବା ଫଳରେ ୫ ଜଣଙ୍କ ଜୀବନ ଚାଲି ଯାଇଛି।

ଏହାସହ ୧୦ ଜଣ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ବିଷୟରେ ଖବର ପାଇ ପୁଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।












Click it and Unblock the Notifications