ଓଲଟିଲାଙ୍କ କାରକେଡ୍ ଗାଡ଼ି, ୫ ଆହତ

ୟୁପି ମନ୍ତ୍ରୀଙ୍କ କାରକେଡ୍ ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି । ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀ ତଥା ନିଶାଦ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ସଞ୍ଜୟ ନିଶାଦଙ୍କ କାରକେଡର ଏକ ଗାଡ଼ି ରାସ୍ତାରେ ଓଲଟି ପଡ଼ିଛି । ଏକ ପଶୁକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଗାଡ଼ିଟି ଅନିୟନ୍ତ୍ରିତ ହୋଇ ଖାଲରେ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ଗାଡ଼ିରେ ଥିବା ୪ ମହିଳା କର୍ମକର୍ତ୍ତାଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି ।

ମନ୍ତ୍ରୀ ନିଶାଦ ପାର୍ଟି ଦ୍ୱାରା ଆୟୋଜିତ ସମ୍ବିଧାନିକ ଅଧିକାର ଯାତ୍ରାରେ ସାମିଲ ହେବା ପାଇଁ ମଙ୍ଗଳବାର ରାତିରେ କାରକେଡ୍ ସହ ବାଲିଆ ଆସୁଥିଲେ । ଖେଜୁରି ଥାନା ଅଧୀନ ଜନୁଆନ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ପଶୁକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ ଖାଲରେ ଓଲଟି ପଡ଼ିଥିଲା । ଫଳରେ ଅନେକ କାର୍ଯ୍ୟକର୍ତ୍ତା ଏଥିରେ ଆହତ ହୋଇଥିଲେ ।

Sanjay Nishad

ଦୁର୍ଘଟଣାକୁ ନେଇ ମନ୍ତ୍ରୀ ସଞ୍ଜୟ ନିଶାଦ କହିଛନ୍ତି, ଏହି ଦୁର୍ଘଟଣାରେ ତାଙ୍କ ପାର୍ଟିର କାର୍ଯ୍ୟକର୍ତ୍ତା ରାକେଶ ନିଶାଦ, ରାମରତି, ଉଷା, ଗୀତା ଓ ଇରାବତୀ ନିଶାଦ ଆହତ ହୋଇଛନ୍ତି । ସେପଟେ ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ବରିଷ୍ଠ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ସମସ୍ତ ଆହତଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+