କୁଲୁରେ ପୁଣି ବଡ଼ ଭୂସ୍ଖଳନ, ଗୋଟିଏ ପରିବାରର 4 ଜଣଙ୍କ ମୃତ୍ୟୁ
ଆନି ପୁଣି ହିମାଚଳ ପ୍ରଦେଶର କୁଲୁରେ ଭୂସ୍ଖଳନ । ବିକାଶ ଖଣ୍ଡ ନିରମଣ୍ଡ ପଞ୍ଜାୟତ ଘାଟୁର ଶର୍ମଣୀ ଗାଁରେ ଭୋରୁ ଭୋରୁ ଭୂସ୍ଖଳନ ହୋଇଥିଲା । ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ପରିବାରର 4 ଜଣଙ୍କ ମୃତ୍ୟୁ । ପ୍ରବଳ ବର୍ଷା ଯୋଗୁଁ ପରିସ୍ଥିତି ଆହୁରି ଗମ୍ଭୀର ହୋଇପଡ଼ିଛି । ପ୍ରଶାସନ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ଏବଂ ସତର୍କ ରହିବାକୁ ଅପିଲ୍ କରିଛି ।

ଭୂସ୍ଖଳନ ପରେ ଅନେକ ଲୋକ ଭଗ୍ନାବଶେଷ ତଳେ ପୋତି ହୋଇଯାଇଥିଲେ ଯେଉଁମାନଙ୍କୁ ଉଦ୍ଧାର କରାଯାଇ ବାହାରକୁ ନିଆଯାଇଥିଲା । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ନିର୍ମାନ୍ଦ ହସ୍ପିଟାଲକୁ ପଠାଯାଇଛି । ପାଞ୍ଚ ଜଣ ଲୋକ ଏବେ ବି ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜିବା ପାଇଁ ସନ୍ଧାନ ଅଭିଯାନ ଜାରି ରହିଛି ।












Click it and Unblock the Notifications