ଦୁର୍ଘଟଣାରେ ଚାଲିଗଲା ୫ ଡାକ୍ତରଙ୍କ ଜୀବନ
Accident News: ଦୁର୍ଘଟଣାରେ ଚାଲିଗଲା ୫ ଡାକ୍ତରଙ୍କ ଜୀବନ ସେହିପରି ଆଉ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏପରି ଭୟଙ୍କର ଦୁର୍ଘଟଣା ଉତ୍ତର ପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ୍ ଘଟିଛି । ପ୍ରଥମେ ଡିଭାଇଡରରେ ପଟି ହୋଇଥିଲା ଗାଡି଼ଟି ଏହା ପରେ ରୋଡର ଅନ୍ୟ ପାର୍ଶ୍ୱରେ ଯାଇ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କ ହୋଇଥିଲା ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶର କନୌଜ ଜିଲ୍ଲାରେ ଆଜି ସକାଳ ସମୟରେ ଲଘ୍ନୌ ଏକ୍ସପ୍ରେସୱେରେ ଏକ ସ୍କର୍ପିଓ କାର୍ ଦୃତ ଗତିରେ ଆସି ପ୍ରଥମେ ଡିଭାଇଡରେ ପିଟି ହୋଇ ରାସ୍ତାର ଆରପାଖରେ ଆସୁଥିବା ଏକ ଟ୍ରକ ସହ ପିଟି ମୁହାଁମୁହିଁ ଧକ୍କା ହୋଇଥିଲା ।ଫଳରେ ଘଟଣାସ୍ଥଳରେ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତ ୫ ଜଣ ଡାକ୍ତର ସୈଫଇ ମେଡିକାଲ କଲେଜରେ ପୋଷ୍ଟିଂ ପାଇଥିଲେ । ସମସ୍ତେ ଲଘ୍ନୌରୁ ଡାକ୍ତରଖାନା ଫେରିବା ସମୟରେ ଦୁର୍ଘଟଣା ଘଟିଥିଲା ।
ସମସ୍ତଙ୍କ ମୃତ ଦେହ ଜବତ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସମସ୍ତଙ୍କ ପରିବାରକୁ ସୂଚନା ଦେଇଛି ।












Click it and Unblock the Notifications