ଝାଡ଼ଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା: ୫ ମୃତ, ତିନି ଆହତ

ଝାରଖଣ୍ଡର ବୋକାରୋ-ରାମଗଡ଼ ଜାତୀୟ ରାଜପଥରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏହି ସଡ଼କ ଦୁର୍ଘଟଣାରେ ଅତି କମରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ତେବେ ଯେଉଁମାନେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ସେମାନଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ଜଣାପଡ଼ିଛି। ବୋକରୋରେ ଥିବା ଏକ କମ୍ୟୁନିଟି ହେଲ୍‌ଥ ସେଣ୍ଟରର ମେଡିକାଲ୍ ଅଫିସର ସ୍ବିଟ୍‌ ଭଗତ କହିଛନ୍ତି, "ସମୁଦାୟ ପାଞ୍ଚ ଜଣଙ୍କୁ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ତିନି ଜଣ ଆହତ ହୋଇଛନ୍ତି। ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।''

road accident

ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମେ ରାଜପଥରେ ଟ୍ରାକ୍ଟର ଏବଂ ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଅଳ୍ପ ସମୟ ମଧ୍ୟରେ ଭାରସାମ୍ୟ ହରାଇ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବୋଲେରୋ ଉଭୟ ଗାଡି ସହିତ ମୁହାଁମୁହିଁ ହୋଇଥିଲା। ୩ଟି ଗାଡ଼ି ଏକା ସହ ଧକ୍କା ହେବା ପରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଦୁର୍ଘଟଣା ବିଷୟରେ ଏପର୍ଯ୍ୟନ୍ତ ଅଧିକ ସୂଚନା ମିଳିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+