ଉତ୍ତର ପ୍ରଦେଶରେ ଭୟଙ୍କର ଦୁର୍ଘଟଣା; ମୁହାଁମୁହିଁ ଧକ୍କା ହେଲା ଆମ୍ବୁଲାନ୍ସ-ପିକଅପ୍, ଚାଲିଗଲା ୫ ଜୀବନ.
ଉତ୍ତର ପ୍ରଦେଶର ଆମେଥିରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏକ ଆମ୍ବୁଲାନ୍ସ ପିକଅନ ସହ ଧକ୍କା ହୋଇଛି । ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନା ନେଇଛି। ଏହା ସହିତ, ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।
ଏହି ଘଟଣା ଶୁକ୍ଳା ବଜାର ଥାନା ଅଞ୍ଚଳରେ ଥିବା ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଘଟିଛି। ଯେତେବେଳେ ଆମ୍ବୁଲାନ୍ସଟି ଲକ୍ଷ୍ନୌରୁ ଗାଜିପୁରକୁ ମୃତଦେହ ନେଇ ଯାଉଥିଲା। ଏହି ସମୟରେ ଆମ୍ବୁଲାନ୍ସଟି ଏକ ଅନିୟନ୍ତ୍ରିତ ପିକଅପ୍ ସହିତ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଜଣେ ଗୁରୁତର ଆହତ ହୋଇଥିଲେ।

ସୂଚନା ଅନୁଯାୟୀ, ସମସ୍ତ ମୃତକ ବିହାରର ବାସିନ୍ଦା । ଯେଉଁମାନେ ଏକ ଘରୋଇ ହସ୍ପିଟାଲରୁ ସେମାନଙ୍କ ସମ୍ପର୍କୀୟଙ୍କ ମୃତଦେହ ନେଇ ଫେରୁଥିଲେ । ବର୍ତ୍ତମାନ ମୃତକଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କ ପରିବାରକୁ ଜଣାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଘଟଣା ସ୍ଥଳରେ ଜିଲ୍ଲାପାଳ ଏବଂ ଏସପି ପହଞ୍ଚିଛନ୍ତି । ଉଭୟ ଗାଡିକୁ ପୋଲିସ୍ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications