ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , କେନାଲକୁ କାର୍ ଖସି ୫ ମୃତ

ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେର ଜିଲ୍ଲାରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଧାଖେରୱା-ଗିର୍ଜାପୁରୀ ରାଜପଥରେ ଏକ କାର ନିୟନ୍ତ୍ରଣ ହରାଇ ଏକ କେନାଲକୁ ଖସି ପଡ଼ିଛି । ଫଳରେ ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି । ପରିବାର ପ୍ରତି ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ ଦୁର୍ଘଟଣାର ସୂଚନା ନେବା ସହିତ ତୁରନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

road accident

ଅନ୍ୟପଟେ ଉତ୍ତରପ୍ରଦେଶ ମୈନପୁରୀ ଜିଲ୍ଲାର ବେୱାର ଥାନା ଅଞ୍ଚଳରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ମୋଟରସାଇକେଲ ଆରୋହୀ ୨ ଭାଇଙ୍କ ମୃତ୍ୟୁ ଘଟିଛି । ଦୁଇ ଚକିଆ ଗାଡ଼ି ଏକ ଅଜଣା ଗାଡ଼ି ଦ୍ବାରା ଧକ୍କା ହେବା ଫଳରେ ମଙ୍ଗଳବାର ଦିନ ଦୁର୍ଘଟଣା ଘଟିଥିଲା ବୋଲି ପୋଲିସ କହିଛି । ଏହାରି ମଧ୍ୟରେ ପୋଲିସ ଅଧୀକ୍ଷକ କହିଛନ୍ତି ଯେ, ସୋମବାର ଦିନ ଗ୍ବାଲିୟର ବରେଲି ରାସ୍ତାର ନାଗଲା କେହାରୀ ଗାଁ ନିକଟରେ ଦୁର୍ଘଟଣା ଘଟିଥିଲା । ଉଭୟ ମୃତକ ସମ୍ପର୍କରେ ଭାଇ-ଭଉଣୀ ହୋଇଥିବା ଜଣାପଡିଛି । ସେମାନଙ୍କ ପରିଚୟ ଚିହ୍ନଟ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+