ବିଷ ପିଇ ଦେଲେ ଗୋଟିଏ ପରିବାର,୫ ମୃତ

ମଥୁରାରେ ଆଶ୍ଚର୍ଯ୍ୟଜନକ ଘଟଣା । ବିଷ ପିଇ ଆତ୍ମହତ୍ୟା କରିଛନ୍ତି ଏକ ପରିବାର । ବିଷ ପିଇ ପରିବାରର ୫ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ସ୍ୱାମୀ, ସ୍ତ୍ରୀ ଏବଂ ତାଙ୍କର ତିନି ଛୋଟ ଛୁଆ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଉତ୍ତର ପ୍ରଦେଶର ମଥୁରାରେ ଥିବା ମହାୱାନ ଥାନା ଅଞ୍ଚଳ ଅନ୍ତର୍ଗତ ଖପ୍ପୁରପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ସୂଚନା ଅନୁସାରେ, ସୋମବାର ରାତିରେ ସମସ୍ତେ ବିଷ ମିଶ୍ରିତ କ୍ଷୀର ପିଇ ଦେଇଥିଲେ । ସକାଳ ପର୍ଯ୍ୟନ୍ତ ପରିବାର ସଦସ୍ୟ ନ ଉଠିବାରୁ ପଡୋଶୀ ଘରକୁ ଯାଇ ଦେଖିଥିଲେ ।

poison

ପରିବାରର ସମସ୍ତଙ୍କୁ ଅଚେତ ଅବସ୍ଥାରେ ଦେଖିବା ପରେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚ ବିଷ ପିଇ ପରିବାରର ୫ ସଦସ୍ୟ ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲା । ମୃତଦେହକୁ ଜବତ କରି ପୋଲିସ ବର୍ତ୍ତମାନ ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି । ତେବେ କେଉଁ କାରଣରୁ ପରିବାର ଆତ୍ମହତ୍ୟା କରିଛନ୍ତି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ପରିବାର ସମ୍ପର୍କରେ ଅଧିକ ଜାଣିବା ପାଇଁ ପୋଲିସ ତାଙ୍କର ସମ୍ପର୍କୀୟଙ୍କୁ ଏବଂ ଗ୍ରାମବାସୀଙ୍କୁ ପଚରାଉଚରା କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+