ଉତ୍ତରାଖଣ୍ଡରେ ଭୟଙ୍କର ଦୁର୍ଘଟଣା, ଚାଲିଗଲା ୫ଜୀବନ
ନୂଆଦିଲ୍ଲୀ: ମସୌରୀ-ଡେରାଡୁନ ରାସ୍ତାର ଚୁନାଖାଲ ନିକଟରେ ଶନିବାର ଏକ କାର ଅନିୟନ୍ତ୍ରିତ ହୋଇ ଖାଇକୁ ଖସି ପଡିଛି । ଯାହାଫଳରେ ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ଏହି ଦୁର୍ଘଟଣାରେ ଜଣେ ଯୁବତୀ ଗଭୀର ଆହତ ହୋଇଛନ୍ତି । ଗାଡିରେ ୬ ଜଣ ଯାତ୍ରା କରୁଥିଲେ । ଦୁର୍ଘଟଣା ବିଷୟରେ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଖାଇରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୁଚନାନୁସାରେ ଉତ୍ତରାଖଣ୍ଡ ମୁସୁରୀ-ଡେରାଡୁନ୍ ରାସ୍ତାରେ ଶନିବାର ଭୋର ୫ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ପ୍ରତ୍ୟକ୍ଷଦର୍ଶିକ କହିବା ମୁତାବକ, ଚୁନାଖାଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦ୍ରୁତଗତିରେ ଆସୁଥିବା କାର୍ ନିୟନ୍ତ୍ରଣ ହରାଇ ଖାଇରେ ଖସିପଡ଼ିଥିଲା । ତେବେ ଏଥିରେ ବସିଥିବା ଜେଣଙ୍କ ମଧ୍ୟରୁ ୩ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ।
ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତି କରିଥିଲେ । ଏମାନଙ୍କ ମଧ୍ୟରୁ ଆଉ ୨ଜଣ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ତେବେ ଜଣେ ଯୁବତୀ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।












Click it and Unblock the Notifications