ଚଳଚଞ୍ଚଳ ଏକାମ୍ର କ୍ଷେତ୍ର; ଗଡ଼ିଲା ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ
ପବିତ୍ର ଅଶୋକାଷ୍ଟମୀ ଅବସରରେ ପ୍ରସିଦ୍ଧ ଏକାମ୍ରକ୍ଷେତ୍ରାଧୀଶ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ୫ଦିବସୀୟ ରଥଯାତ୍ରା ଶନିବାର ଠାରୁ ଆରମ୍ଭ ହୋଇଯାଇଛି। ଆଜି ଭୋର ସକାଳୁ ଆରମ୍ଭ ହୋଇଥିବା ବିଭିନ୍ନ ନୀତିକାନ୍ତି ପରେ ଅପରାହ୍ଣରେ ମହାପ୍ରଭୁଙ୍କ ରଥ ଗଡ଼ିଛି। ଭକ୍ତମାନେ ମଧ୍ୟ ମହାପ୍ରଭୁଙ୍କ ରଥକୁ ହର୍ଷୋଲ୍ଲାସର ସହିତ ଟାଣି ନେଉଛନ୍ତି। ଘଣ୍ଟ, ଶଙ୍ଖ, ହରିବୋଲ ଓ ହୁଳହୁଳିରେ ଗଗନ-ପବନ ଉଚ୍ଛୁଳିତ ଦେଖାଯାଇଛି। ସାମଗ୍ରୀକ ଭାବେ କହିବାକୁ ଗଲେ ରଥରୋଡରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।

ଅପରାହ୍ନ ୩ଟାରେ ରଥଟଣା ହେବ ବୋଲି ନୀତିନିର୍ଘଣ୍ଟ ହୋଇଥିଲା । କିନ୍ତୁ ସାଢ଼େ ୫ଟାରେ ରଥଟଣା ହୋଇଛି । ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ମହାପ୍ରଭୁଙ୍କ ଯାତ୍ରା ପୂଜା ସମାପନ ହୋଇଥିଲା । ସାଢ଼େ ୧୨ଟାରୁ ସାଢ଼େ ୧ଟା ମଧ୍ୟରେ ମହାପ୍ରଭୁ ରଥକୁ ପହଣ୍ଡି ବିଜେ କରିଥିଲେ । ଏହାପରେ ଚାରମାଳ ଖୋଲା ହୋଇ ଅପରାହ୍ନରେ ରଥ ମାଉସୀ ମା' ଆଡକୁ ଗଡ଼ିବା ଆରମ୍ଭ କରିଛି । ରାମେଶ୍ୱର ମନ୍ଦିରରେ ରଥ ଲାଗିବା ପରେ ଠାକୁର ବିଜେ କରି ରାତିରେ ନୀତି କରାଯିବ ।












Click it and Unblock the Notifications