ବଙ୍ଗୋପସାଗରରେ ଟ୍ରଲର ବୁଡି 11 ମତ୍ସ୍ୟଜୀବୀ ନିଖୋଜ
ପଶ୍ଚିମବଙ୍ଗର ବଙ୍ଗୋପସାଗରରେ ବୁଡ଼ିଲା ଏକ ମତ୍ସ୍ୟଜୀବୀ ଟ୍ରଲର । ଫଳରେ 11 ଜଣ ମତ୍ସ୍ୟଜୀବୀ ନିଖୋଜ ରହିଛନ୍ତି । ଘଟଣା ବିଷୟରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ତଟରକ୍ଷୀ ବାହିନୀ ଓ ସ୍ଥାନୀୟ ପ୍ରଶାସନ ପହଞ୍ଚି କିଛି ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି
କୋଲକାତା: ପଶ୍ଚିମବଙ୍ଗର ବଙ୍ଗୋପସାଗରରେ ବୁଡ଼ିଲା ଏକ ମତ୍ସ୍ୟଜୀବୀ ଟ୍ରଲର । ଫଳରେ 11 ଜଣ ମତ୍ସ୍ୟଜୀବୀ ନିଖୋଜ ରହିଛନ୍ତି । ଘଟଣା ବିଷୟରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ତଟରକ୍ଷୀ ବାହିନୀ ଓ ସ୍ଥାନୀୟ ପ୍ରଶାସନ ପହଞ୍ଚି କିଛି ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି ।

କାକଦ୍ବୀପ ଅଞ୍ଚଳର ସାଉଥ 24 ପ୍ରାଗଣ ଉପକୂଳରେ ଘଟିଛି ଏଭଳି ଦୁର୍ଘଟଣା । ଏହି ମତ୍ସ୍ୟଜୀବୀ ଟ୍ରଲର 24 ଜଣଙ୍କୁ ନେଇ ଯାଉଥିବା ବେଳେ ହଠାତ ଉଚ୍ଚ ଜୁଆର ଆସିବା ଫଳରେ ଡଙ୍ଗାଟି ବୁଡି ଯାଇଥିଲା । ସ୍ଥାନୀୟ ତଟରକ୍ଷୀ ବାହିନୀ ଓ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କେବଳ 13 ଜଣଙ୍କୁ ଉଦ୍ଧାର କରାଯାଇ ପାରିଛି ।
ବାକି 11 ଜଣଙ୍କର ବର୍ତ୍ତମାନ ସୁଦ୍ଧା ପତ୍ତା ବି ମିଳୁନି । ସମସ୍ତ ନିଖୋଜ ବ୍ୟକ୍ତି ସୁନ୍ଦରବନ ଅଞ୍ଚଳର ବୋଲି ଜଣା ପଡ଼ିଛି । ଏମ୍ଭି ସତ୍ୟନାରାୟଣ ନାମକ ଟ୍ରଲର୍ରେ ଏହି ବ୍ୟକ୍ତିମାନେ ମାଛ ଧରିବାକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି ।












Click it and Unblock the Notifications