ପତଞ୍ଜଳି ଟୁଥ୍ପେଷ୍ଟରେ ଆମିଷ !
Patanjali News: ପୁଣି ବଢିଲା ବାବା ରାମଦେବଙ୍କ ଚିନ୍ତା । ପତଞ୍ଜଳିର ଟୁଥପେଷ୍ଟ ଦିବ୍ୟ ଦନ୍ତ ମଞ୍ଜନରେ ଆମିଷ ମିଶି ଥିବାନେଇ ଅଭିଯୋଗ ହୋଇଛି, ଯାହାକୁ ନିରାମିଷ ନାଁରେ ବିକ୍ରି କରୁଛି ପତଞ୍ଜଳି । ଏନେଇ ଆବେଦନ ପରେ ଆସ୍କନ ମୋଡରେ ଦିଲ୍ଲୀ ହାଇକୋର୍ଟ ଏବଂ ଏନେଇ କୋର୍ଟ ବାବା ରାମଦେବ ଓ ପତଞ୍ଜଳିକୁ ନୋଟିସ୍ ଜାରି କରିଛନ୍ତି ।
ସୂଚନା ଅନୁସାରେ, ଅଭିଯୋଗ ହୋଇଛି ଯେ ଶାକାହାରୀ ବ୍ରାଣ୍ତ ଭାବରେ ବଜାରରେ ବିକ୍ରି ହେଉଥିବା ପତଞ୍ଜଳିର ଦିବ୍ୟ ଟୁଥପେଷ୍ଟରେ ମାଛର ଉପଦାନ ରହିଛି । ଏହା ଆମିଷ ହୋଇ ମଧ୍ୟ ସବୁଜ ବିନ୍ଦୁ ବା ଗ୍ରୀନ୍ ଡଟ୍ ସହ ବିକ୍ରି ହେଉଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଗ୍ରୀନ୍ ଟଟ୍ ଚିହ୍ନ କେବଳ ନିରାମିଷ ସାମଗ୍ରୀ ଉପରେ ହିଁ ଥାଏ । କିନ୍ତୁ ପତଞ୍ଜଳିର ଏହି ପ୍ରଡକ୍ଟରେ ମାଛର ଅଂଶ ମିଶିଛି ବୋଲି ଆବେଦନକାରୀ ହାଇକୋର୍ଟରେ ଦାବି କରିଛନ୍ତି।

ଏପରି ଅଭିଯୋଗ ହେବା ପରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର, ଖାଦ୍ୟ ନିରାପତ୍ତା ଏବଂ ମାନଜ ପ୍ରାଧିକରଣ, ପତଞ୍ଜଳି, ଦିବ୍ୟ ଫାର୍ମାସି ସମେତ ଯୋଗଗୁରୁ ରାମଦେବଙ୍କୁ ନୋଟିସ୍ ଜାରି କରିଛନ୍ତି। ସେହିପରି ଆବେଦନକାରୀଙ୍କ ଓକିଲ କୋର୍ଟରେ କହିଛନ୍ତି କୌଣସି ଔଷଧକୁ ଆମିଷ କିମ୍ବା ନିରାମିଷ ବୋଲି ଘୋଷଣା କରିବାର କୌଣସି ବ୍ୟବସ୍ଥା ନଥିବା ସତ୍ୱେ ଦିବ୍ୟ ମଞ୍ଜନର ପ୍ୟାକେଜିଂରେ ଭୁଲ ଭାବରେ ଗ୍ରୀନ୍ ଡଟ୍କୁ ଲଗାଯାଇଛି । ଏହା ଡ୍ରଗ୍ସ ଏବଂ କସମେଟିକ୍ସ ଆକ୍ଟ ଅନୁସାରେ ଭୁଲ ।












Click it and Unblock the Notifications