ନାଇଜେରିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ: ୩ଟି ଦେଶ କରିବେ ଗସ୍ତ
PM Modi Nigeria Visit: ବ୍ରାଜିଲରେ ହେବାକୁ ଥିବା ଜି -20 ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି । PMO ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ ଏହା ନିଶ୍ଚିତ କରାଯାଇଛି ।
ଏହି ଗସ୍ତକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ଆଗାମୀ ଜି -20 ଶିଖର ସମ୍ମିଳନୀରେ ଅର୍ଥପୂର୍ଣ୍ଣ ଆଲୋଚନାକୁ ଅପେକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମେ ନାଇଜେରିଆ ଗସ୍ତ କରିବେ ଏବଂ ସେଠାରୁ ବ୍ରାଜିଲ ଗସ୍ତ କରିବେ। ଗତ 17 ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ନାଇଜେରିଆ ଗସ୍ତ କରୁଛନ୍ତି। ମୋଦିଙ୍କ ସ୍ୱାଗତ ପାଇଁ ଏଠାର ଉତ୍ସାର ମାହୋଲ ଦେଖିବା ପାଇଁ ମିଳୁଛି ।

ନାଇଜେରିଆ ରାଜଧାନୀ ଅବୁଜାରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ପ୍ରଧାନମନ୍ତ୍ରୀ ବ୍ରାଜିଲରେ G-20 ସମ୍ମିଳନୀରେ ଯୋଗ ଦେବେ । ସେହିପରି ଗସ୍ତର ଶେଷ ପର୍ଯ୍ୟାୟରେ ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଗୁଏନା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ୫୦ ବର୍ଷ ପରେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଗୁଏନା ଯିବେ ମୋଦି ।












Click it and Unblock the Notifications