ଆସନ୍ତା ମାସଠୁ ଦେଶରେ ଚାଲିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍!
ଟ୍ରେନ୍ରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ବନ୍ଦେ ଭାରତ, ନମୋ ଭାରତ ଏବଂ ଅମୃତ ଭାରତ ପରେ ଏବେ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ଚାଲିବ । ଗୁଜୁରାଟର ଭାବନଗରଠାରେ ରବିବାର ଦିନ ଏକ କାର୍ଯ୍ୟକ୍ରମରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ସେପ୍ଟେମ୍ୱରରେ ଆରମ୍ଭ ହେବ । ଏହି ଟ୍ରେନ୍ଟି କେଉଁ ରୁଟ୍ରେ ଚାଲିବ ସେ ବିଷୟରେ କିଛି କହିନାହାନ୍ତି । ସେ ଅହମଦାବାଦ ଏବଂ ମୁମ୍ୱାଇ ମଧ୍ୟରେ ଶୀଘ୍ର ଏକ ବୁଲେଟ୍ ଟ୍ରେନ୍ ଆରମ୍ଭ କରିବା ବିଷୟରେ ମଧ୍ୟ କହିଥିଲେ ।

ରେଳମନ୍ତ୍ରୀ କହିଛନ୍ତି ଯେ, ନୂତନ ପିଢିର ସେମି ହାଇ ସ୍ପିଡ୍ ଟ୍ରେନ୍କୁ ରେଲୱେ ନେଟୱର୍କରେ ସାମିଲ କରିବା ଦ୍ୱାରା ଲୋକମାନଙ୍କୁ ରେଳ ଯାତ୍ରାର ଏକ ନୂତନ ଅନୁଭବ ମିଳିବ । ସେ କହିଛନ୍ତି ଯେ, ବନ୍ଦେ ସ୍ଲିପର୍, ବନ୍ଦେ ଭାରତ, ଅମୃତ ଭାରତ ଏବଂ ନମୋ ଭାରତ ଭଳି ଆଧୁନିକ ଟ୍ରେନ୍ ଜରିଆରେ ରେଲ୍ୱେର ସମ୍ପୂର୍ଣ୍ଣ ରୂପ ବଦଳାଇବାକୁ ପ୍ରସ୍ତୁତି କରାଯାଉଛି । ପ୍ରତିବର୍ଷ କୋଟି କୋଟି ଲୋକ ଟ୍ରେନ୍ରେ ଯାତ୍ରା କରୁଛନ୍ତି । ତେଣୁ ଟ୍ରେନ୍ରେ ଯାଉଥିବା ଯାତ୍ରୀମାନଙ୍କୁ କିପରି ଯାତ୍ରା କରିବା ସହ ନୂଆ ଅନୁଭବ ଏବଂ ଜୀବନ ବଞ୍ଚିବାର ଉପାୟ ମିଳିବ ତାହାହିଁ ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି ।












Click it and Unblock the Notifications