ଆସନ୍ତା ଡିସେମ୍ବରରେ ଗଗନ ଯାନର ପ୍ରଥମ ପରୀକ୍ଷଣ ଉଡ଼ାଣ; ଇସ୍ରୋ ଅଧ୍ୟକ୍ଷ
ଚଳିତ ବର୍ଷ ଡିସେମ୍ବରରେ ଭାରତ ପ୍ରଥମ ମାନବଯୁକ୍ତ ମହାକାଶ ଅଭିଯାନ ଗଗନଯାନର ପ୍ରଥମ ପରୀକ୍ଷଣ ଉଡ଼ାଣ କରିବ ବୋଲି ଇସ୍ରୋର ଅଧ୍ୟକ୍ଷ ଭି. ନାରାୟଣନ୍ କହିଛନ୍ତି । ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଆଜି ସମ୍ବୋଧନ କରି ଶ୍ରୀ ନାରାୟଣ କହିଛନ୍ତି, ଗଗନଯାନ ଅଭିଯାନ ତ୍ୱରାନ୍ୱିତ ହେଉଛି । ଏହାର ୮୦ ପ୍ରତିଶତ ପରୀକ୍ଷଣ ଇତିମଧ୍ୟରେ ସମ୍ପନ୍ନ ହୋଇସାରିଛି । ଆସନ୍ତା ମାର୍ଚ୍ଚ ସୁଦ୍ଧା ବାକି ପରୀକ୍ଷଣ ଗୁଡ଼ିକ ସମ୍ପନ୍ନ କରାଯିବ ବୋଲି ସେ କହିଛନ୍ତି ।
ଇସ୍ରୋର ଅନ୍ୟାନ୍ୟ ସଫଳତା ଉପରେ ଆଲୋକପାତ କରି ଶ୍ରୀ ନାରାୟଣନ୍ କହିଛନ୍ତି, ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୯୬ଟି ସଫଳତା ହାସଲ କରାଯାଇଛି । ଆମେରିକାର ୬ ହଜାର ୫୦୦ କିଲୋଗ୍ରାମ୍ ଓଜନ ବିଶିଷ୍ଟ ଯୋଗଯୋଗ ଉପଗ୍ରହ ଭାରତୀୟ ଲଞ୍ଚ୍ ପ୍ୟାଡ୍ରେ ଉତ୍କ୍ଷେପଣ କରାଯିବ । ଏ ପର୍ଯ୍ୟନ୍ତ ଆଦିତ୍ୟ ଏଲ୍.ୱାନ୍ର ୧୩ ଟେରାବିଟ୍ ତଥ୍ୟ ଗବେଷଣା ପାଇଁ ବୈଜ୍ଞାନିକଙ୍କୁ ପ୍ରଦାନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

ଏକ୍ସିଓମ୍-ଫୋର୍ ମିଶନ୍ ଉପରେ ଆଲୋକପାତ କରି ସେ କହିଛନ୍ତି, ମିଶନ୍ର ସୁରକ୍ଷିତ ଉତ୍କ୍ଷେପଣକୁ ସୁନିଶ୍ଚିତ କରିବାରେ ଇସ୍ରୋର ବୈଷୟିକ ବିଶେଷଜ୍ଞତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଫାଲକନ୍-ନାଇନ୍ ରକେଟ୍ରେ ପ୍ରଥମ ପର୍ଯ୍ୟାୟରେ ଦେଖାଦେଇଥିବା ଏଲ୍.ଓ.ଏକ୍ସ. ଲିକେଜ୍କୁ ଇସ୍ରୋ ସଂଶୋଧନ କରିଥିଲା ବୋଲି ଶ୍ରୀ ନାରାୟଣନ୍ କହିଛନ୍ତି ।
-
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
LPG ସିଲିଣ୍ଡରର ଅବୈଧ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍ -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ପ୍ରମିଳାଙ୍କୁ କଡ଼ା କାଉଣ୍ଟର କଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ, କହିଲେ ମିଛ ଡ୍ରାମା କରୁଛନ୍ତି ବିରୋଧୀ












Click it and Unblock the Notifications