ଦେଶରେ ବିରଳ ଅସ୍ତ୍ରୋପଚାର, ଚିତ୍ରଶିଳ୍ପୀଙ୍କ ଶରୀରରେ ହସ୍ତ ପ୍ରତ୍ୟାରୋପଣ କଲେ ଡାକ୍ତର

ନୂଆଦିଲ୍ଲୀ : ଦିଲ୍ଲୀ ସାର୍ ଗଙ୍ଗା ରାମ ହସ୍ପିଟାଲରେ ଏକ ସଫଳ ଅସ୍ତ୍ରାପଚାର ହୋଇଛି । ଏହି ହସ୍ପିଟାଲରେ ଏଭଳି ଅସ୍ତ୍ରୋପଚାର ହୋଇଛି ଯାହା ଭାରତରେ ପ୍ରଥମ । ପ୍ରଥମ ଥର ପାଇଁ ଜଣେ ପୁରୁଷଙ୍କ ହାତରେ ମହିଳାଙ୍କ ହାତ ପ୍ରତିରୋପଣ ହୋଇଛି । ଫଳରେ ଏକ ଦୁଃଖଦ ଦୁର୍ଘଟଣାରେ ଦୁଇ ହାତ ହରାଇଥିବା ଜଣେ ଚିତ୍ରକାର ପୁଣିଥରେ ପେଣ୍ଟ ତଥା ଚିତ୍ର ବନାଇବାକୁ ଯାଉଛନ୍ତି ।

ସାର ଗଙ୍ଗାରାମ ହସ୍ପିଟାଲରେ ଡାକ୍ତରଙ୍କ ଏକ ଟିମ୍ ଏହି ଅପରେସନକୁ ସଫଳତା ପୂର୍ବକ ସମ୍ପନ୍ନ କରିଛନ୍ତି । ପେଷାରେ ଜଣେ ପେଣ୍ଟର ୪୫ ବର୍ଷ ବୟଷ୍କ ବ୍ୟକ୍ତି ଏକ ଟ୍ରେନ ଦୁର୍ଘଟଣାରେ ନିଜର ଦୁଇ ହାତ ହରାଇଥିଲେ । ତେବେ ସଫଳତା ପୂର୍ବକ ହ୍ୟାଣ୍ଡ ଟ୍ରାନ୍ସପ୍ଲାଣ୍ଟ ପରେ ଏବେ ପୁଣି ସେ ହାତରେ ରଙ୍ଗତୁଳି ଧରି ତାଙ୍କ ପେଣ୍ଟିଂ ସ୍ୱପ୍ନକୁ ସାକାର କରିପାରିବେ ।

hand transplant

ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲର ଡାକ୍ତରଙ୍କ ଟିମ୍‌କୁ ଏହି ବାଇଲେଟରଲ ହ୍ୟାଣ୍ଡ ଟ୍ରାନ୍ସପ୍ଲାଣ୍ଟର ଶ୍ରେୟ ଦିଆଯାଉଛି, ହେଲେ ବାସ୍ତବିକ ଶ୍ରେୟ ସେହି ମହିଳାଙ୍କୁ ଦିଆଯାଉଛି ଯାହାଙ୍କ ଅଙ୍ଗଦାନ ଦ୍ୱାରା ଏହା ସମ୍ଭବ ହୋଇପାରିଛି । ଦକ୍ଷିଣ ଦିଲ୍ଲୀର ଏକ ପ୍ରମୁଖ ସ୍କୁଲର ପୂର୍ବତନ ପ୍ରଶାସନିକ ମୁଖ୍ୟ ମିନା ମେହେଟ୍ଟାଙ୍କୁ ବ୍ରେନ ଡେଡ ଭାବେ ଡାକ୍ତର ଘୋଷଣା କରି ଦେଇଥିଲେ । ମିନା ମୃତ୍ୟୁ ପୂର୍ବରୁ ତାଙ୍କର ଶରୀରର ସମସ୍ତ ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଏହି ନିଷ୍ପତ୍ତିକୁ ଆଧାର କରି ଡାକ୍ତରଙ୍କ ଠାରୁ ବ୍ରେନ ଡେଡ ସୂଚନା ପାଇବା ପରେ ମିନାଙ୍କ ପରିବାର ଅଙ୍ଗଦାନ ପାଇଁ ଥିବା ସମସ୍ତ ନିୟମକୁ ସୂଚନାରୁରୂପେ ପୁରଣ କରିଥିଲେ । ପରେ ତାଙ୍କ କିଡନୀ, ଯକୃତ ଏବଂ କର୍ଣ୍ଣିଆ ଅନ୍ୟ ତିନିଜଣଙ୍କୁ ନୂଆ ଜୀବନ ପ୍ରଦାନ କରିଛି । ଯେତେବେଳେ କି ତାଙ୍କର ହାତ ଏକ ପେଣ୍ଟର ସ୍ୱପ୍ନକୁ ସାକାର କରିଛି । ଡ଼ାକ୍ତରୀ ଟିମଙ୍କର ୧୨ଘଣ୍ଟାର ଅକ୍ଳାନ୍ତ ଚେଷ୍ଟା ପରେ ଯାଇ ପେଣ୍ଟରଙ୍କ ଶରୀରରେ ମିନାଙ୍କ ହାତ ପ୍ରତିରୋପଣ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+