Aditya L1 ଲଞ୍ଚ୍ ପରେ ସୂର୍ଯ୍ୟ ରାଇଜରେ ଝଡ଼, ଜାଣନ୍ତୁ କିପରି ଅଛି ଦେଶର ପ୍ରଥମ ସୂର୍ଯ୍ୟଯାନ
Aditya L1 News: ସେପ୍ଟେମ୍ବରରେ ୧ରେ ଇସ୍ରୋ ନୂଆ ଇତିହାସ ରଚିଛି । କାରଣ ଏହି ଦିନ ଦେଶର ପ୍ରଥମ ସୂର୍ଯ୍ୟମିଶନ ଆଦିତ୍ୟL-1 ଲଞ୍ଚ୍ କରାଯାଇଥିଲା । ଏହି ଯାନକୁ PSLV ରକେଟ୍ ମାଧ୍ୟମରେ ମହାକାଶକୁ ପଠାଯାଇଥିଲା । ବର୍ତ୍ତମାନ ଏହା ଏକ ନିର୍ଦ୍ଦିଷ୍ଟ କକ୍ଷପଥରେ ବୁଲୁଥିବାବେଳେ ସୂର୍ଯ୍ୟ ଆଡକୁ ଧିରେ ଧିରେ ଗତି କରୁଛି । ହେଲେ ଏହା ଲଞ୍ଚ୍ ହେବାର ଗୋଟିଏ ଦିନ ପରେ ହିଁ ଏକ ଭୟଙ୍କର ସୌର ଝଡ଼ ସୃଷ୍ଟି ହୋଇଥିବା ନେଇ ସୂଚନା ରହିଛି । ଏପରି ସ୍ଥିତିରେ ସମସ୍ତଙ୍କ ମନରେ ଏବେ ଗୋଟିଏ ହିଁ ପ୍ରଶ୍ନ ଯେ ବର୍ତ୍ତମାନ ଆଦିତ୍ୟ-L1 କେଉଁ ପରିସ୍ଥିତିରେ ଅଛି ।
ଜାତୀୟ ପାଣିପାଗ ସେବାର ସ୍ପେସ୍ ପାଣିପାଗ ପୂର୍ବାନୁମାନ କେନ୍ଦ୍ର (SWPC) ସୂଚନା ଅନୁସାରେ, ସୂର୍ଯ୍ୟରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଯାହାକୁ ସୂର୍ଯ୍ୟ ଝଡ଼ ବୋଲି କୁହାଯାଉଛି । ଏହି ଝଡର ପ୍ରଭାବ ପୃଥିବୀରେ ଉପରେ ମଧ୍ୟ ପଡିଛି । ଯାହାକ ପ୍ରଭାବ ପୃଥିବୀର ଅନେକ ଅଞ୍ଚଳରେ ପଡିଥିବାର ଦେଖିବା ପାଇଁ ମିଳିଛି ।

ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏହାର କୌଣସି ପ୍ରଭାବ ଆଦିତ୍ୟ L1 ମିଶନ ଉପରେ ପଡିନାହିଁ । ଭାରତ ସୂର୍ଯ୍ୟଯାନ ସଂପୂର୍ଣ୍ଣ ସୁରକ୍ଷିତ ଅଛି ଏବଂ ଏହା ସ୍ଥିର ମାର୍ଗରେ ଦ୍ରୁତ ଗତିରେ ସୂର୍ଯ୍ୟ ଆଡକୁ ଗତି କରୁଛି । ଏହାକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ଏହା ସହଜରେ କୌଣସି ସୌର ଝଡ଼ ନଷ୍ଟ କରିପାରିବ ନାହିଁ ।












Click it and Unblock the Notifications