୨୦୨୬ ବର୍ଷର ଆଜି ପ୍ରଥମ ସୂର୍ଯ୍ୟଗ୍ରହଣ, ଓଡ଼ିଶା ଉପରେ ନାହିଁ ପ୍ରଭାବ

ଆଜି ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ ଅମାବାସ୍ୟାାରେ ସଂଗଠିତ ହେବ । ଏହା ଆଫ୍ରିକାର ଦକ୍ଷିଣରେ, ଦକ୍ଷିଣ ଆମେରିକାର ଦକ୍ଷିଣରେ, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ, ଭାରତ ମହାସାଗରର କିଛି ଅଞ୍ଚଳରେ ଆଂଶିକ ସୂର୍ଯ୍ୟ ପରାଗ ଭାବରେ ଓ ଆଣ୍ଟାର୍କଟିକାର କିଛି ଅଞ୍ଚଳରେ ବଳୟ ସୂର୍ଯ୍ୟୋପରାଗ ଭାବରେ ଦେଖାଯିବ । କିନ୍ତୁ ଏହା ଭାରତ ତଥା ଓଡ଼ିଶାକୁ ଦୃଶ୍ୟମାନ ହେବ ନାହିଁ ।

First solar eclipse
ଏହି ପରାଗ ଭାରତୀୟ ସମୟ ଦିନ ୩ଟା ୨୬ ମିନିଟ୍‌ରୁ ଆରମ୍ଭ ହୋଇ ୫ଟା ୪୨ ମିନିଟ୍‌ରେ ସର୍ବାଧିକ ହେବ । ସନ୍ଧ୍ୟା ୭ଟା ୫୭ ମିନିଟ୍‌ରେ ପରାଗ ସର୍ବମୋକ୍ଷ ହେବ । ପୁନଶ୍ଚ ଚନ୍ଦ୍ର ଗ୍ରହଣ ଆସନ୍ତା ମାର୍ଚ୍ଚ ୨ ତାରିଖ(ଫାଲ୍‌ଗୁନ୍ ପୂର୍ଣ୍ଣିମା) ରେ ଦୃଶ୍ୟମାନ ହେବ । ଏହା ସମଗ୍ର ଭାରତରେ ଆଂଶିକ ଚନ୍ଦ୍ର ଗ୍ରହଣ ଭାବରେ କମ୍ ସମୟ ପାଇଁ ଦେଖାଯିବ ବୋଲି ଜନବିଜ୍ଞାନୀ ଡ. ଶୁଭେନ୍ଦୁ ପଟ୍ଟନାୟକ ଜଣାଇଛନ୍ତି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଫାଲଗୁନ ଅମାବାସ୍ୟାରେ ସୂର୍ଯ୍ୟୋପରାମ ଓ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଲାଗୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+