Mann Ki Baat: ୨୦୨୩ର ପ୍ରଥମ 'ମନ୍ କି ବାତ୍'ରେ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ
Mann Ki Baat: ୨୦୨୩ର ପ୍ରଥମ 'ମନ କି ବାତ'ରେ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ମନ୍ କି ବାତ୍' କାର୍ଯ୍ୟକ୍ରମ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଦେଶର ବିଭିନ୍ନ ସ୍ଥାନର ଲୋକେ ତାଙ୍କ ସହ ନିଜ ମତ ସେୟାର କରିଛନ୍ତି । କର୍ତ୍ତବ୍ୟ ପଥରେ ଆୟୋଜିତ ଗଣତନ୍ତ୍ର ଦିବସ ପାଳନ ବିଷୟରେ ଆଲୋଚନା କରିବା ସହ ଏହି ସମାରୋହର ବିଭିନ୍ନ ଦିଗରୁ ପ୍ରଂଶାସ କରିଛନ୍ତି ଏହା ସହ ଜୈସଲମେରର ପୁଲକିତ ମୋଦୀଙ୍କୁ ଲେଖିଛନ୍ତି ଯେ, ପ୍ୟାରେଡ ସମୟରେ କର୍ତ୍ତବ୍ୟ ପଥର ନିର୍ମାଣ କରିଥିବା ଶ୍ରମିକମାନଙ୍କୁ ଦେଖି ସେ ବହୁତ ଖୁସି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବହୁ ସଂଖ୍ୟକ ପଦ୍ମ ପୁରସ୍କାର ବିଜେତା ଆଦିବାସୀ ସମ୍ପ୍ରଦାୟ ଏବଂ ଆଦିବାସୀ ସମାଜ ସହ ଜଡିତ ଲୋକମାନଙ୍କ ମଧ୍ୟରୁ ଆସିଛନ୍ତି । ଆଦିବାସୀ ଜୀବନ ସହର ଜୀବନଠାରୁ ଭିନ୍ନ, ଯେଉଁଥିପାଇଁ ଏହି ଲୋକମାନଙ୍କୁ ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ପାଇଁ ମଧ୍ୟ ପଡିଥାଏ । ହେଲେ ଏହା ସତ୍ୱେ ଆଦିବାସୀ ସମାଜ ଏହାର ପରମ୍ପରାକୁ ବଜାୟ ରଖିବା ସହ ଆଗକୁ ବଢିବା ପାଇଁ ସର୍ବଦା ଆଗ୍ରହୀ ଥାନ୍ତି ।
ଭାରତର ପ୍ରସ୍ତାବ ପରେ ଅନ୍ତାର୍ଜାତୀୟ ଯୋଗ ଦିବସ ଏବଂ ଅନ୍ତର୍ଜାତୀୟ ମିଲେଟ୍ ବର୍ଷକୁ ସ୍ୱୀକୃତ ଦେଇଛି ଜାତିସଂଘ । ଉଭୟ ଯୋଗ ଓ ମିଲେଟ୍ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗୁରୁତ୍ୱ ବହନ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଯୋଗ ସ୍ୱାସ୍ଥ୍ୟ ସହିତ ମଧ୍ୟ ଜଡିତ ଏବଂ ମିଲେଟ ମଧ୍ୟ ସ୍ୱାସ୍ଥ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଉଭୟ ଅଭିଯାନରେ ଦେଶର ସାଧାରଣ ଜନତାଙ୍କର ଅଂଶଗ୍ରହଣ ପାଇଁ ଏହା ଏକ ବିପ୍ଳବର ରୁପ ନେଇଛି । ୯୭ତମ 'ମନ୍ କି ବାତ୍' କାର୍ଯ୍ୟକ୍ରମରେ ଓଡ଼ିଶା ମିଲେଟ୍ ସଫଳତାର କାହାଣୀ କହିଲେ ପ୍ରଧାନମନ୍ତ୍ରୀ । ସୁନ୍ଦରଗଡ଼ ଆଦିବାସୀ ଏସଏଚଜି ମହିଳାଙ୍କର ପ୍ରଶଂସା କଲେ ମୋଦୀ । ପୁରା ଦେଶକୁ ଓଡ଼ିଶାର ମିଲେଟ୍ ମିଶମ ବିଷୟରେ ସୂଚନା ଦେଲେ ମୋଦୀ ।
ଗୋଆରେ ପର୍ପଲ୍ ଫେଷ୍ଟ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା । ଭିନ୍ନକ୍ଷମଙ୍କ କଲ୍ୟାଣ ପାଇଁ ଏହା ଏକ ଅଭିନବ ଉପାୟ ଓ ନିଆରା ପ୍ରୟାସ । ଦେଶର ୫୦ ହଜାରରୁ ଅଧିକ ଭାଇ ଓ ଭଉଣୀ ଏଥିରେ ଭାଗ ନେଇଥିଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଟୋଟୋ, ହୋ, କୁଇ, କୁଭି ଏବଂ ମାଣ୍ଡା ପରି ଆଦିବାସୀ ଭାଷାରେ କାର୍ଯ୍ୟ କରିଥିବାରୁ ଅନେକ ମହାନ ବ୍ୟକ୍ତିତ୍ୱ ପଦ୍ମ ପୁରସ୍କାର ପାଇଛନ୍ତି । ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ । ଯେଉଁମାନେ ସିଦ୍ଧି,ଜାରୱା ଏବଂ ଓଙ୍ଗେ ଆଦିବାସୀମାନଙ୍କ ସହ କାମ କରୁଛନ୍ତି ସେମାନଙ୍କୁ ମଧ୍ୟ ଏଥର ପୁରସ୍କୃତ କରାଯାଇଛି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ତରଫରୁ ଏହି ରେଡିଓ କାର୍ଯ୍ୟକ୍ରମ ମନ କି ବାତର ଆଜି ଥିଲା ୯୭ତମ ଏପିସୋଡ୍ । ଯେଉଁଥିରେ ଆଜି ମୋଦୀ ଦେଶବାସୀଙ୍କ ସହ ଅନେକ ବିଷୟକୁ ନେଇ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଅନେକ ଥର 'ମନ କି ବାତ' କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଅନେକ ପ୍ରେରଣାଦାୟକ କାହାଣୀ ବିଷୟରେ ଅବଗତ କରାନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଶେଷ ଅଧ୍ୟାୟରେ ସାହିବଜାଦଙ୍କ ସାହସର କାହାଣୀ ବିଷୟରେ ଆଲୋଚନା କରିଥିଲେ ।












Click it and Unblock the Notifications