ଏକ ଦେଶ, ଏକ ନିର୍ବାଚନ ବିଲ୍‍ ଉପରେ ତର୍ଜମା ପାଇଁ ଆସନ୍ତା ୮ରେ ବସିବ ଜେ.ପି.ସି.ର ପ୍ରଥମ ବୈଠକ

ସଂସଦରେ ଆଗତ ହୋଇଥିବା ଏକ ରାଷ୍ଟ୍ର, ଏକ ନିର୍ବାଚନ ସମ୍ପର୍କିତ ଦୁଇଟି ବିଲ୍‍ ଉପରେ ତର୍ଜମା କରିବା ପାଇଁ ଆସନ୍ତା ଜାନୁଆରୀ ୮ ତାରିଖରେ ଯୁଗ୍ମ ସଂସଦୀୟ କମିଟି - ଜେ.ପି.ସି.ର ପ୍ରଥମ ବୈଠକ ଅନୁଷ୍ଠିତ ହେବ । ୩୯ ସଦସ୍ୟ ବିଶିଷ୍ଟ ଜେ.ପି.ସି.ରେ ଲୋକସଭାରୁ ୨୭ ଜଣ ଏବଂ ରାଜ୍ୟସଭାରୁ ୧୨ ଜଣ ସଦସ୍ୟ ରହିଛନ୍ତି ।

parliament

ପରବର୍ତ୍ତୀ ସଂସଦ ଅଧିବେଶନର ଶେଷ ସପ୍ତାହର ପ୍ରଥମ ଦିନ ସୁଦ୍ଧା କମିଟି ଗୃହରେ ତାର ରିପୋର୍ଟ ଦାଖଲ କରିବ । ଏହି କମିଟିରେ ବରିଷ୍ଠ ବିଜେପି ନେତା ପି.ପି. ଚୌଧୁରୀ ଅଧ୍ୟକ୍ଷ ରହିଛନ୍ତି । ଏହି ବିଲ୍‍ ଗୁଡ଼ିକୁ ଆନୁଷ୍ଠାନିକ ଭାବେ ୧୨୯ତମ ସମ୍ବିଧାନ ସଂଶୋଧନ ବିଲ୍‍ ୨୦୨୪ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଆଇନ୍‍ ସଂଶୋଧନ ବିଲ୍‍ ୨୦୨୪ ନାମରେ ନାମିତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+