ମୋଦୀଙ୍କୁ ମରିସସର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ

ମରିସସ ସରକାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେଠାକାର ସର୍ବୋଚ୍ଚ ସମ୍ମାନ 'ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର ଆଣ୍ଡ କି ଅଫ ଇଣ୍ଡିଆନ ଓସେନ' ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଏହି ସମ୍ମାନ ପାଇବାରେ ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ପ୍ରଥମ ଭାରତୀୟ। ସେହିପରି ବିଦେଶରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଦାନ କରାଯାଇଥିବା ଏହା ହେଉଛି ୨୧ତମ ଅନ୍ତର୍ଜାତୀୟ ପୁରସ୍କାର।

pm modi

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମରିସସ ରାଷ୍ଟ୍ରପତି ଧରମବୀର ଗୋକୁଲଙ୍କୁ ସାକ୍ଷାତ କରିଥିଲେ। ଦୁଇ ନେତା ଭାରତ ଓ ମରିସସ ମଧ୍ୟରେ ସ୍ୱତନ୍ତ୍ର ଓ ନିବିଡ଼ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର କରିବା ଲାଗି ମତ ବିନିମୟ କରିଥିଲେ। ଏହି ପରିପ୍ରେକ୍ଷୀରେ, ସେମାନେ ଦୁଇ ଦେଶ ମଧ୍ୟରେ ରହିଥିବା ସହଭାଗୀ ଇତିହାସ ଏବଂ ଦୃଢ଼ ନାଗରିକ ସମ୍ପର୍କ ବିଷୟରେ ସ୍ମରଣ କରିଥିଲେ। ଦ୍ୱିତୀୟ ଥର ଲାଗି ମରିସସର ଜାତୀୟ ଦିବସ ସମାରୋହରେ ଅଂଶଗ୍ରହଣ କରିବା ତାଙ୍କ ପାଇଁ ସମ୍ମାନର ବିଷୟ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+