For Quick Alerts
For Daily Alerts
ହ୍ୱାଟସଆପରେ ମାମଲା ଶୁଣାଣି, ଦେଶରେ ପ୍ରଥମ
ଚେନ୍ନାଇ: ଆବେଦନକାରୀଙ୍କ କଥା ରହିଲା । ପ୍ରଥମ ଥର ହ୍ବାଟ୍ସଆପରେ ହେଲା ମାମଲାର ଶୁଣାଣି । ଏଭଳି ଏକ ନିଆରା ଶୁଣାଣି କରିଛି ମାଡ୍ରାସ ହାଇକୋର୍ଟ । ମାଡ୍ରାସ ହାଇକୋର୍ଟର ବିଚାରପତି ଜି ଆର ସ୍ବାମୀନାଥନ ଶ୍ରୀ ଅଭିଷ୍ଟ ବରଦରାଜା ସ୍ବାମୀ ମନ୍ଦିରରେ ରଥଯାତ୍ରା ନେଇ ହୋଇଥିବା ଆବେଦନର ହ୍ବାଟ୍ସଆପରେ ଶୁଣାଣି କରିଛନ୍ତି ।

ସୂଚନା ଅନୁଯାୟୀ, ରବିବାର ଦିନ ଜଷ୍ଟିସ ସ୍ବାମୀନାଥନ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନଗରକୋଏଲ ଯାଇଥିଲେ । ସେଠାରେ ସେ ହ୍ବାଟ୍ସଆପରେ ଏହି ମାମଲାର ଶୁଣାଣି କରିଥିଲେ । ଶ୍ରୀ ଅଭିଷ୍ଟ ବରଦରାଜା ସ୍ବାମୀ ମନ୍ଦିରରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ମନ୍ଦିରର ଟ୍ରଷ୍ଟି ପି ଆର ଶ୍ରୀନିବାସନ କୋର୍ଟରେ ଆବଦେନ କରିଥିଲେ ।
ଯଦି ସୋମବାର ଦିନ ରଥଯାତ୍ରା ନ ହୁଏ, ତେବେ ପୁରା ଗାଁ ଭଗବାନଙ୍କ କୋପର ସମ୍ମୁଖୀନ ହେବ ବୋଲି ସେ ଆବଦେନରେ କହିଥିଲେ । ଏନେଇ ବିଚାରପତି କହିଛନ୍ତି, ''ଆବେଦନକାରୀଙ୍କ ଆନ୍ତରିକ ନିବେଦନ ଯୋଗୁଁ ନାଗରକୋଏଲରେ ରହି ମୁଁ ହ୍ବାଟ୍ସଆପରେ ଏହି ମାମଲାର ଶୁଣାଣି କରିଛି ।''
Comments
English summary
Madras High court hearing in whatsapp. First in country.
Story first published: Tuesday, May 17, 2022, 12:11 [IST]