ହ୍ୱାଟସଆପରେ ମାମଲା ଶୁଣାଣି, ଦେଶରେ ପ୍ରଥମ

ଆବେଦନକାରୀଙ୍କ କଥା ରହିଲା । ପ୍ରଥମ ଥର ହ୍ବାଟ୍ସଆପରେ ହେଲା ମାମଲାର ଶୁଣାଣି । ଏଭଳି ଏକ ନିଆରା ଶୁଣାଣି କରିଛି ମାଡ୍ରାସ ହାଇକୋର୍ଟ ।

ଚେନ୍ନାଇ: ଆବେଦନକାରୀଙ୍କ କଥା ରହିଲା । ପ୍ରଥମ ଥର ହ୍ବାଟ୍ସଆପରେ ହେଲା ମାମଲାର ଶୁଣାଣି । ଏଭଳି ଏକ ନିଆରା ଶୁଣାଣି କରିଛି ମାଡ୍ରାସ ହାଇକୋର୍ଟ । ମାଡ୍ରାସ ହାଇକୋର୍ଟର ବିଚାରପତି ଜି ଆର ସ୍ବାମୀନାଥନ ଶ୍ରୀ ଅଭିଷ୍ଟ ବରଦରାଜା ସ୍ବାମୀ ମନ୍ଦିରରେ ରଥଯାତ୍ରା ନେଇ ହୋଇଥିବା ଆବେଦନର ହ୍ବାଟ୍ସଆପରେ ଶୁଣାଣି କରିଛନ୍ତି ।

whatsapp

ସୂଚନା ଅନୁଯାୟୀ, ରବିବାର ଦିନ ଜଷ୍ଟିସ ସ୍ବାମୀନାଥନ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନଗରକୋଏଲ ଯାଇଥିଲେ । ସେଠାରେ ସେ ହ୍ବାଟ୍ସଆପରେ ଏହି ମାମଲାର ଶୁଣାଣି କରିଥିଲେ । ଶ୍ରୀ ଅଭିଷ୍ଟ ବରଦରାଜା ସ୍ବାମୀ ମନ୍ଦିରରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ମନ୍ଦିରର ଟ୍ରଷ୍ଟି ପି ଆର ଶ୍ରୀନିବାସନ କୋର୍ଟରେ ଆବଦେନ କରିଥିଲେ ।

ଯଦି ସୋମବାର ଦିନ ରଥଯାତ୍ରା ନ ହୁଏ, ତେବେ ପୁରା ଗାଁ ଭଗବାନଙ୍କ କୋପର ସମ୍ମୁଖୀନ ହେବ ବୋଲି ସେ ଆବଦେନରେ କହିଥିଲେ । ଏନେଇ ବିଚାରପତି କହିଛନ୍ତି, ''ଆବେଦନକାରୀଙ୍କ ଆନ୍ତରିକ ନିବେଦନ ଯୋଗୁଁ ନାଗରକୋଏଲରେ ରହି ମୁଁ ହ୍ବାଟ୍ସଆପରେ ଏହି ମାମଲାର ଶୁଣାଣି କରିଛି ।''

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+