ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ; ସାମ୍ନାକୁ ଆସିଲା ସନ୍ଦିଗ୍ଧ ଯୁବକର ଫଟୋ

ଦେଶକୁ ଦୋହଲାଇ ଦେଇଥିବା ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ପଛରେ ଥିବା କାରଣ ଖୋଜୁଛନ୍ତି ସୁରକ୍ଷାକର୍ମୀ। ଏନଆଇଏ ଠାରୁ ଆରମ୍ଭ କରି ଏନଏସଜି ଓ ଅନ୍ୟାନ୍ୟ ଏଜେନ୍ସି ଯାଞ୍ଚ କରୁଥିବା ବେଳେ ଏବେ ବିସ୍ଫୋରଣ ପଛରେ ଥିବା ସନ୍ଦିଗ୍ଧ ଆତ୍ମଘାତୀ ହମଲାକାରୀର ଫଟୋ ସାମ୍ନାକୁ ଆସିଛି। ସୋମବାର ସନ୍ଧ୍ୟା ୬.୫୨ରେ ଲାଲକିଲ୍ଲା ମେଟ୍ର ଷ୍ଟେସନ ନିକଟ ଟ୍ରାଫିକରେ କାର ବିସ୍ଫୋରଣ ହୋଇଥିଲା। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି।

ହୁଣ୍ଡାଇ ଆଇ ୨୦ କାରରେ ବିସ୍ଫୋରଣ(Blast In Delhi) ହେବା ପରେ ଏହାର ଆଖପାଖରେ ଥିବା ଏକାଧିକ ଗାଡ଼ିରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଉକ୍ତ ଆଇ ୨୦ କାରକୁ ଚଳାଉଥିବା ସନ୍ଦିଗ୍ଧ ଆତଙ୍କବାଦୀର ଫଟୋ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ସାମ୍ନାକୁ ଆସିଛି। ଘଟଣା ବେଳେ ମହମ୍ମଦ ଉମର ନାମକ ଜଣେ ବ୍ୟକ୍ତି ଏହି ଗାଡ଼ିକୁ ଚଳାଉଥିଲା। ସେ ଫରିଦାବାଦ ଟେରର ମଡ୍ୟୁଲର ଅଂଶ ବିଶେଷ। ଉମର ଫରିଦାବାଦରେ ଥିବା ଅଲ ଫଲାହ ମେଡିକାଲ କଲେଜରେ ଡାକ୍ତର ଭାବେ କାମ କରୁଥିଲା।

ଉମର ହେଉଛି ଗିରଫ ଡାକ୍ତର ଆଦିଲ ଅହମଦ ରାଥେରର ଘନିଷ୍ଠ ସହଯୋଗୀ। ଆଦିଲ ମଧ୍ୟ ଜଣେ ଡାକ୍ତର। ସେ ଅନନ୍ତନାଗରେ ଥିବା ସରକାରୀ ମେଡିକାଲ କଲେଜରେ ଏକଦା କାମ କରୁଥିଲା। ପୁଲିସ୍‌ ତା'କୁ ଗତ ସପ୍ତାହରେ ଗିରଫ କରିଥିଲା। ତା'ଠାରୁ ତଥ୍ୟ ହାସଲ କରି ରବିବାର ଠାରୁ ଫରିଦାବାଦ ଆତଙ୍କୀ ଲିଙ୍କର ଖୋଳତାଡ଼ ଆରମ୍ଭ ହୋଇଥିଲା।

ଜମ୍ମୁ-କଶ୍ମୀର ଓ ହରିୟାଣର ପୁଲିସ୍‌ର ମିଳିତ ଅପରେସନରେ ଫରିଦାବାଦରୁ ୨୯୦୦ କେଜି ବିସ୍ଫୋରକ ମିଳିଛି। ଏହି ଘଟଣାରେ ପରେ ହିଁ ଦିଲ୍ଲୀରେ ବିସ୍ଫୋରଣ ହୋଇଥିଲା। ଘଟଣା ପରେ ଜମ୍ମୁ-କଶ୍ମୀର ପୁଲିସ ଉମରର ମା' ଶାହୀମା ବାନୋ ଓ ଭାଇ ଆସିକ ଓ ଜହରୁରଙ୍କୁ ଅଟକ ରଖି ଜେରା କରୁଛି।

First Image

ସୂତ୍ର ଅନୁସାରେ, ଉମର ଘଟଣା ବେଳେ ଆଇ ୨୦ କାରରେ ନିଜର ଦୁଇ ସହଯୋଗୀଙ୍କ ସହ ଉପସ୍ଥିତ ଥିଲା। ନିଜେ ଉମର ଗାଡ଼ି ଚଳାଇବା ସହ ଦୁଇ ସହଯୋଗୀଙ୍କ ସହ ମିଶି ବିସ୍ଫୋରଣର ଯୋଜନା କରିଥିଲା। ସୋମବାର ଫରିଦାବାଦରୁ ବିପୁଳ ପରିମାଣର ବିସ୍ଫୋରଣ ଓ ଏକାଧିକ ଲୋକଙ୍କ ଗିରଫଦାରୀ ଯୋଗୁ ଉମର ଆତଙ୍କିତ ହୋଇପଡ଼ିଥିଲା। ଏଥିପାଇଁ ସେ ବିସ୍ଫୋରଣ କରିଥିବା କୁହାଯାଉଛି।

ସୋମବାର ସନ୍ଧ୍ୟାରେ ଉମର ନିଜର ଦୁଇ ସହଯୋଗୀଙ୍କ ସହ କାରରେ ଗୋଟିଏ ଡେଟୋନେଟର ଖଞ୍ଜି ଥିଲା ଓ ଟ୍ରାଫିକ ସିଗ୍ନାଲରେ ରେଡ ଲାଇଟ ହେବା କ୍ଷଣି ବିସ୍ଫୋରଣ କରିଥିଲା। ବଡ଼ଧରଣର ବିସ୍ଫୋରଣରେ ଆମୋନିୟମ ନାଇଟ୍ରେଟ ତେଲ ବ୍ୟବହାର କରାଯାଇଥିବା ତଦନ୍ତକାରୀ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି। ବିସ୍ଫୋରଣ ପୂର୍ବରୁ ଆଇ ୨୦ କାର ସୁନେହରି ମସଜିଦ ନିକଟରେ ୩ ଘଣ୍ଟା ଧରି ଛିଡ଼ା ହୋଇଥିଲା। ପାର୍କିଂ ଲଟକୁ ଦିନ ୩.୧୯ରେ ଗାଡ଼ିଟି ପ୍ରବେଶ କରିଥିଲା ଓ ସନ୍ଧ୍ୟା ୬.୪୮ରେ ସେଠାରୁ ବାହାରି ଥିଲା। ଏହାପରେ ୬.୫୨ରେ ହୋଇଥିଲା ବିସ୍ଫୋରଣ।

ସିସିଟିଭିରୁ ପ୍ରଥମେ ଡ୍ରାଭରର ମୁହଁ ଦେଖାଯାଉଛି। କିନ୍ତୁ କାର ଆଗକୁ ଯିବା ବେଳେ ଜଣେ ମୁଖାପିନ୍ଧା ବ୍ୟକ୍ତି ପଛ ପଟେ ବସିଥିବା ଦୃଶ୍ୟମାନ ହେଉଛି। ଆଉ ଏକ ଫୁଟେଜରେ ପାର୍କିକୁ ଗାଡ଼ି ଯିବା ଓ ଆସିବା ବେଳେ କେବଳ ଡ୍ରାଇଭର ଏହା ମଧ୍ୟରେ ଥିଲା। ପରବର୍ତ୍ତୀ ସମୟରେ ଆଉ ଦୁଇ ଜଣ ଗାଡ଼ିରେ ବସିଥିଲେ ବୋଲି ପୁଲିସ୍‌ ଜାଣିବାକୁ ପାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+