ଭାରତରେ ପ୍ରଥମ HMPV ସଂକ୍ରମିତ ଚିହ୍ନଟ
HMPV Case: ଭାରତରେ ପ୍ରଥମ HMPV ସଂକ୍ରମିତ ଚିହ୍ନଟ । ବେଙ୍ଗାଲୁରୁରେ ପ୍ରଥମ ମାମଲା ଚିହ୍ନଟ ହୋଇଥିବା ନେଇ ସୂଚନା ରହିଛି । ୮ ମାସର ଶିଶୁ HMPV ସଂକ୍ରମଣରେ ଆକ୍ରାନ୍ତ ହୋଇଛି । ତେବେ ପ୍ରଥମ ମାମଲା ଚିହ୍ନଟ ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ଜାରି କରାଯାଇଛି ।

ସୂଚନା ଅନୁସାରେ, ଶିଶୁଟିକୁ ବର୍ତ୍ତମାନ କ୍ୱାରେଣ୍ଟାଇନରେ ରଖାଯାଇଛି ଏବଂ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।ଡାକ୍ତରଖାନାର ଲାବୋରେଟୋରୀରେ କରାଯାଇଥିବା ପରୀକ୍ଷଣରେ HMPV ଜୀବାଣୁ ନିଶ୍ଚିତ ହୋଇଛି। ଏନେଇ କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର ସରକାରଙ୍କୁ ସୂଚନା ଦେଇଛି ।
ଏହି ଭୂତାଣୁ ବୃଦ୍ଧ ଏବଂ ଛୋଟ ପିଲାମାନଙ୍କ ମଧ୍ୟରେ ଅଧିକ ବ୍ୟାପିଥାଏ । ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ଏହି ସଂକ୍ରମଣ ବ୍ୟାପିଥାଏ । ଏହାର ଲକ୍ଷଣ ହେଉଛି,ଥଣ୍ତା, ଗଳା ଯନ୍ତ୍ରଣା, ମୁଣ୍ଡବିନ୍ଧା, ଥକାପଣ, କାଶ, ଜ୍ୱର ଅନୁଭବ କରିବା । ଏହା ଫୁସଫୁସକୁ ପ୍ରଭାବିତ କରିପାରେ । ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇପାରେ । ପିଲାମାନଙ୍କ ଛାତିରେ ସଂକ୍ରମଣ ସାଂଘାତିକ ହୋଇପାରେ ।
ଗଳା ଯନ୍ତ୍ରଣା, ମୁଣ୍ଡବିନ୍ଧା, କାଶ, ଜ୍ୱର, ଥଣ୍ଡା ଏବଂ ଥକାପଣ ମଧ୍ୟ ଦେଖାଯାଇଥାଏ । ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଦୂରରେ ରହିବା ସହ ମାସ୍କ ବ୍ୟବହାର କରିବା ଭଲ। ସାବୁନରେ ନିୟମିତ ଭାବେ ହାତ ଧୁଅନ୍ତୁ ।












Click it and Unblock the Notifications