Union Budget 2025: ଆଜି ଆସିବ ସାଧାରଣ ବଜେଟ୍, ମୋଦି ୩.୦ର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍
Union Budget 2025: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ।ଏହା ମୋଦି 3.0ର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ନିର୍ମଳା ସୀତାରମଣ ଲଗାତାର ଅଷ୍ଟମ ଥର ପାଇଁ ବଜେଟ୍ ଉପସ୍ଥାପନ କରି ରେକର୍ଡ ସୃଷ୍ଟି କରିବେ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ସଂସଦରେ ଅର୍ଥନୈତିକ ସର୍ଭେ 2024-25 ଉପସ୍ଥାପନ କରିଛନ୍ତି। ଏହି ସର୍ଭେରେ, ୨୦୨୬ ଆର୍ଥିକ ବର୍ଷ ପାଇଁ ଭାରତର GDP ଅଭିବୃଦ୍ଧି ୬.୩% ରୁ ୬.୮% ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି। ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଉପସ୍ଥାପିତ ଅର୍ଥନୈତିକ ସର୍ଭେରେ ଚେତାବନୀ ଦିଆଯାଇଛି ଯେ ଆମେରିକୀୟ ଷ୍ଟକ୍ ବଜାରରେ ଯେକୌଣସି ପରିବର୍ତ୍ତନ ଭାରତୀୟ ବଜାରକୁ ପ୍ରଭାବିତ କରିପାରେ ।












Click it and Unblock the Notifications