ପ୍ରଥମ ଘଟଣା, କେରଳର ସାବରୀମେଳା ମନ୍ଦିର ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମେ' ୧୯ ତାରିଖରେ କେରଳର ସାବରୀମାଳା ମନ୍ଦିରରେ ଭଗବାନ ଆୟପ୍ପାଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ଦେଶର ଇତିହାସରେ ସେ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି, ଯିଏ ସାବରୀମାଳା ମନ୍ଦିର ଯିବେ। ମନ୍ଦିର ପରିଚାଳନା ସଂସ୍ଥା ତ୍ରାଭଣକୋର ଦେବସ୍ଵୋମ ବୋର୍ଡ(ଟିଡିବି) ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୂଚନା ଦେଇଛି। ଏଥିସହ ଏହାକୁ ଦେଶର ଇତିହାସରେ ଏକ ଗର୍ବର ମୁହୂର୍ତ୍ତ ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଏସପିଜି ଓ ମନ୍ଦିର ପରିଚାଳନା ସଂସ୍ଥା ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

President Draupadi Murmu

ସୂଚନା ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମେ' ୧୮ ଓ ୧୯ରେ ଦୁଇ ଦିନିଆ କେରଳ ଗସ୍ତରେ ଯିବେ। ୧୮ରେ ସେ କେରଳର କୋଟ୍ଟାୟମ ଜିଲ୍ଲାରେ ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ପରଦିନ ଅର୍ଥାତ୍ ୧୯ ତାରିଖ ସକାଳେ ସେ ସାବରୀମାଳା ମନ୍ଦିର ନିକଟସ୍ଥ ନୀଲକ୍କଲ ହେଲିପ୍ୟାଡକୁ ଯିବେ। ଏଠାରୁ ପମ୍ପା ବେସ୍ କ୍ୟାମ୍ପକୁ ଯିବେ। କୁହାଯାଉଛି ଯେ, ରାଷ୍ଟ୍ରପତି ସାଧାରଣ ଦର୍ଶନାର୍ଥୀଙ୍କ ପରି ପାହାଡ଼ ଚଢ଼ିପାରନ୍ତି। ତେବେ ଏହାକୁ ନେଇ ଏସପିଜି ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦେଉଛି।

ଟିଡିବି ଅଧ୍ୟକ୍ଷ ପିଏସ ପ୍ରଶାନ୍ତ କହିଛନ୍ତି ଯେ, ପ୍ରଥମ ଥର ପାଇଁ ଜଣେ ରାଷ୍ଟ୍ରପତି ସାବରୀମାଳା ମନ୍ଦିର ଆସୁଛନ୍ତି। ସେ ପାହାଡ଼ ଚଢ଼ିବେ କି ନାହିଁ ସେ ନିଷ୍ପତ୍ତି ଏସପିଜି ନେବ। ଆମେ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପ୍ରସ୍ତୁତ। ସେ କହିଛନ୍ତି, ରାଷ୍ଟ୍ରପତିଙ୍କ ସରକାରୀ କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ ଆସିନାହିଁ। କିନ୍ତୁ ପ୍ରସ୍ତୁତି ଚାଲିଛି। ଆମେ ରାସ୍ତାଗୁଡ଼ିକର ମରାମତି ଏବଂ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛୁ। ସରକାରୀ କାର୍ଯ୍ୟକ୍ରମ ଆସିବାପରେ ମୁଖ୍ୟମନ୍ତ୍ରୀ ବିଜୟନ ଏକ ବୈଠକ ଡାକିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+