ଦେଶରେ H3N2 ଇନଫ୍ଲୁଏଞ୍ଜାରେ ପ୍ରଥମ ମୃତ୍ୟୁ, ଜାଣନ୍ତୁ ଏହାର ଲକ୍ଷଣ

ଦେଶରେ H3N2 ଇନଫ୍ଲୁଏଞ୍ଜାରେ ୨ ମୃତ । ହରିୟାଣା ଓ କର୍ଣ୍ଣାଟକରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ରିପୋର୍ଟ ଅନୁସାରେ H3N2ଭୂତାଣୁର ୮୦ଟି ମାମଲା ଚିହ୍ନଟ ହୋଇଛି ।

 H3N2

ନୂଆଦିଲ୍ଲୀ: ଦେଶରେ H3N2 ଇନଫ୍ଲୁଏଞ୍ଜାରେ ୨ ମୃତ । ହରିୟାଣା ଓ କର୍ଣ୍ଣାଟକରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ରିପୋର୍ଟ ଅନୁସାରେ H3N2ଭୂତାଣୁର ୮୦ଟି ମାମଲା ଚିହ୍ନଟ ହୋଇଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଣାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।

ଦେଶରେ ବର୍ତ୍ତମାନ ୮୦ ଜଣ H3N2ଭୂତାଣୁରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ରହିଛି । ସେହିପରି H1N1 ଭାଇରାଲ ମଧ୍ୟ ୮ ଜଣଙ୍କ ଶରୀରରେ ଚିହ୍ନଟ କରାଯାଇଛି । ଗତ ଏକ ମାସ ହେଲା ଦେଶରେ ଥଣ୍ତା, କାଶ ଏବଂ ଜ୍ୱରରେ ପୀଡିତ ହେଉଥିବା ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଏଧିକାଶଂ ଲୋକେ H3N2ଭୂତାଣୁର ଆକ୍ରନ୍ତ ହୋଇଛନ୍ତି ।

ରିପୋର୍ଟ ଅନୁସାରେ ଗତ ୨ ରୁ ୩ ମାସ ହେଲା H3N2 ଭାଇରାସ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ଏହି ଭୂତାଣୁ ଯୋଗୁ
ଲୋକମାନେ ଫ୍ଲୁ ଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଥଣ୍ତା, କାଶ ପ୍ରାୟ ଏକ ସପ୍ତାହରୁ ଅଧିକ ସମୟ ପାଇଁ ଶରୀରରେ ରହୁଛି ।

H3N2 ଲକ୍ଷଣ
ଏହାର ଲକ୍ଷଣ ହେଲା ଥଣ୍ତା, କାଶ ଏବଂ ଜ୍ୱର, ଯାହା ପ୍ରାୟତଃ ୭ଦିନରୁ ଅଧିକ ସମୟ ଯାଏଁ ଶରୀରେ ରହୁଛି । ଯାହାକୁ ଆମେ ସାଧରଣ ଥଣ୍ତା ଜ୍ୱର ଭାବି ଅଣଦେଖା କରିବା ପରିବର୍ତ୍ତେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଏହାର ଲକ୍ଷଣ କୋଭିଡ୍ ଲକ୍ଷଣ ପରି । ଦୀର୍ଘଦିନ ଧରି ଥଣ୍ତା ଏବଂ କାଶ ଲାଗି ରହୁଛି । କରୋନା ପରେ ପୁଣି ସାରା ଦେଶରେ ଲଗାତାର ଥଣ୍ତା,ଜର ଏବଂ କାଶରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବୟସ୍କ ଲୋକ ଏବଂ ଶିଶୁଙ୍କ ପ୍ରତି ଏହି ଭାଇରସର ବିପଦ ଅଧିକ ରହିଛି ।

ଲକ୍ଷଣ ଥିଲେ କ'ଣ କରିବେ

  • ଲକ୍ଷଣ ଥିଲେ ମାସ୍କ ବ୍ୟବହାର କରନ୍ତୁ, ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ
  • ହାତକୁ ସାବୁନ୍ କିମ୍ବା ହ୍ୟାଣ୍ତୱାସ୍ ବ୍ୟବହାର କରି ଭଲ କରି ଧୁଅନ୍ତୁ
  • ଅଧିକ ପାଣି ପିଅନ୍ତୁ, ଶରୀରକୁ ହାଇଡ୍ରେଟ୍ ରଖନ୍ତୁ
  • ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ମେଡିସିନ୍ ଖାଆନ୍ତୁ ନାହିଁ ।

ସୂଚନାଥାଉ ଯେ, ଇଣ୍ତିଆନ ମେଡିକାଲ ଆସୋସିଏସନ୍ ମଧ୍ୟ ବିନା ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବା ପାଇଁ ବାରଣ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+