Get Updates
Get notified of breaking news, exclusive insights, and must-see stories!

୧୭ରୁ ଚାଲିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌

ଜାନୁଆରୀ ୧୭ରୁ ଚାଲିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ । ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କଲକାତା ଏବଂ ଗୌହାଟି ମଧ୍ୟରେ ଏହି ପ୍ରଥମ ଟ୍ରେନ୍‌ ଚଳାଚଳ କରିବ । ଏହାକୁ ପଶ୍ଚିମବଙ୍ଗର ମାଲଦା ଟାଉନରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଟ୍ରେନ୍‌ କାମାକ୍ଷା ଏବଂ ହାୱଡା ଜଙ୍କସନ ମଧ୍ୟରେ ଛଅ ଦିନ ପାଇଁ ଚାଲିବ ।

First Bande Bharat Sleeper Train

ରେଳମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଛଅଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ମଧ୍ୟ ଆରମ୍ଭ କରାଯିବ । ଯାହାର ସେବା ଜାନୁଆରୀ ୧୭ ଏବଂ ୧୮ରେ ଆରମ୍ଭ ହେବ । ରେଳ ସେବା ପୁରସ୍କାର ସମାରୋହରେ ମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଭାରତୀୟ ରେଳବାଇ ୨୦୨୬ରେ ଏଖ ବଡ ପରିବର୍ତ୍ତନ ଆଣିବ । ଏଥିରେ ସମସ୍ତ ପ୍ରକାରର ଉନ୍ନତି ପାଇଁ କୃତ୍ରିମ ବୃଦ୍ଧିମତ୍ତା(ଏଆଇ)ର ବ୍ୟାପକ ବ୍ୟବହାର ଅନ୍ତର୍ଭୁକ୍ତ । ରେଳମନ୍ତ୍ରୀ କହିଛନ୍ତି, "ଆମେ ଭାରତର ଷ୍ଟାର୍ଟଅପ୍ ଏବଂ ନବସୃଜନଶୀଳ ମନକୁ ରେଳବାଇ ସହିତ ଯୋଡ଼ିବୁ।"

ରେଳମନ୍ତ୍ରୀ କହିଛନ୍ତି ଯେ ରେଳବାଇରେ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ନୂତନ ସଂରଚନାତ୍ମକ ପଦ୍ଧତି ଗ୍ରହଣ କରାଯିବ। ଯାହା ଦ୍ୱାରା ଭାରତର ଷ୍ଟାର୍ଟଅପ୍ ଏବଂ ନବସୃଜନଶୀଳ ମନକୁ ରେଳବାଇ ସହିତ ସଂଯୋଗ କରାଯାଇପାରିବ। ଏହି ଉଦ୍ଦେଶ୍ୟରେ ଏକ ପ୍ରଯୁକ୍ତିବିଦ୍ୟା ନବସୃଜନ ପୋର୍ଟାଲ୍ ଆରମ୍ଭ କରାଯିବ। ରକ୍ଷଣାବେକ୍ଷଣ କାର୍ଯ୍ୟକଳାପ ପାଇଁ AI କୁ ବ୍ୟାପକ ଭାବରେ ବ୍ୟବହାର କରାଯିବ।

ବନ୍ଦେ ଭାରତ ସ୍ଲିପରର ପ୍ରାରମ୍ଭିକ ଭଡ଼ା ୨,୩୦୦

ତୃତୀୟ ଏସି ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ପାଇଁ ଭଡ଼ା ୨,୩୦୦ ଟଙ୍କା ସ୍ଥିର କରାଯାଇଛି। ଦ୍ୱିତୀୟ ଏସି ପାଇଁ ଭଡ଼ା ୩,୦୦୦ ଟଙ୍କା ହେବ। ପ୍ରଥମ ଏସି ପାଇଁ ଭଡ଼ା ପ୍ରାୟ ୩,୬୦୦ଟଙ୍କା କରାଯିବାର ପ୍ରସ୍ତାବ ଅଛି।

ସେହିପରି ସ୍ଲିପର ଟ୍ରେନ୍‌କୁ ୧୦୦୦ କିଲୋମିଟରରୁ ଅଧିକ ଦୂରତା ଯାତ୍ରା ପାଇଁ ଡିଜାଇନ୍ କରାଯାଇଛି। ଏହି ବର୍ଷ ଶେଷ ସୁଦ୍ଧା ପ୍ରାୟ ୧୨ଟି ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ପ୍ରସ୍ତୁତ ହେବ। ଗତ ଡିସେମ୍ବର ୩୦ ତାରିଖରେ ଏହି ଟ୍ରେନ୍‌ର ଏକ ପରୀକ୍ଷାମୂଳକ ରନ୍ କରାଯାଇଥିଲା। କୋଟା-ନାଗଡା ରେଳ ଟ୍ରାକ୍‌ରେ ଟ୍ରେନ୍‌ଟି ଘଣ୍ଟା ପ୍ରତି ୧୮୦ କିଲୋମିଟର ବେଗରେ ଚାଲିଥିଲା। ଲୋକୋ ପାଇଲଟ୍‌ ଚାରୋଟି ଗ୍ଲାସରେ ପାଣି ରଖିଥିଲେ, ଏବଂ ଏତେ ବେଗରେ ମଧ୍ୟ, ଗ୍ଲାସରୁ ପାଣି ଛିଟିକି ପଡ଼ିନଥିଲା।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+