ଦେଶର ପ୍ରଥମ ଡ୍ରୋନ ଟ୍ୟାକ୍ସି ନିର୍ମାଣ କଲେ ମୋରଦାବାଦର ଝିଅ
ଦେଶର ବଡ ବଡ ସହରରେ ଯାତାୟତ କରିବା ବେଳେ ଅନେକ ଟ୍ରାଫିକ ସମସ୍ୟାର ସାମନା କରିଥାନ୍ତି ଲୋକେ। ତେବେ ଏହି ସମସ୍ୟାକୁ ଦୂର କରିବ ଏୟାର ଟ୍ୟାକ୍ସି । ରାଜଧାନୀ ଦିଲ୍ଲୀର ମୁରାଦାବାଦ ଜିଲ୍ଲାର ଶ୍ରେୟା ରସ୍ତୋଗି ଏହି ଟ୍ୟାକ୍ସି(e200) ନିର୍ମାଣ କରିଛନ୍ତି ।
ନୂଆଦିଲ୍ଲୀ: ଦେଶର ବଡ ବଡ ସହରରେ ଯାତାୟତ କରିବା ବେଳେ ଅନେକ ଟ୍ରାଫିକ ସମସ୍ୟାର ସାମନା କରିଥାନ୍ତି ଲୋକେ। ତେବେ ଏହି ସମସ୍ୟାକୁ ଦୂର କରିବ ଏୟାର ଟ୍ୟାକ୍ସି । ରାଜଧାନୀ ଦିଲ୍ଲୀର ମୁରାଦାବାଦ ଜିଲ୍ଲାର ଶ୍ରେୟା ରସ୍ତୋଗି ଏହି ଟ୍ୟାକ୍ସି(e200) ନିର୍ମାଣ କରିଛନ୍ତି । ଇ-ପ୍ଲେନ କମ୍ପାନୀ ଭାରତ ଡ୍ରୋନ ମହୋତ୍ସବରେ ଏହାର ମଡେଲକୁ ଉପସ୍ଥାପିତ କରିଛି । ଶ୍ରେୟା ପୂର୍ବରୁ ନାସା ସହିତ ମଧ୍ୟ କାମ କରିଛନ୍ତି ।

ଶ୍ରେୟା 2018 ମସିହାରେ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ଏରୋସ୍ପେସ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ । ଏହାପରେ ନୂଆ ସ୍ପେସସୁଟ ସାମଗ୍ରୀ ବିକଶିତ କରିବା ପାଇଁ ନାସା ସହିତ କାମ କରିଥିଲେ । ଶ୍ରେୟା ଏବେ ଚେନ୍ନାଇରେ ରହୁଥିବା ବେଳେ ଦୁଇଟି ସିଟ୍ ଥିବା ଏହି ଟ୍ୟାକ୍ସି ନିର୍ମାଣ କରିଛନ୍ତି । ଇ-ପ୍ଲେନ୍ କମ୍ପାନୀ ଏହି ଟାକ୍ସିକୁ ମହୋତ୍ସବରେ ଉପସ୍ଥାପିତ କରିଛି । ଖୁବଶୀଘ୍ର ଏହି ଟାକ୍ସିର ଚଳାଚଳ ଭାରତରେ ଆରମ୍ଭ ହେବ ବୋଲି ଆଶା କରାଯାଇଛି ।
ଶ୍ରେୟାଙ୍କ କହିବାନୁସାରେ, ଏହି ଟାକ୍ସିର ଲମ୍ବ ଓ ଚଉଡା 5-5 ମିଟର ରହିଛି । ସେମାନେ ଏହାର ଏକ ଛୋଟ ମଡ଼େଲ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଏହାର ଲମ୍ବ ଓ ଚଉଡ଼ା 3-3 ମିଟର ହେବ । ଏହି ଟାକ୍ସିରେ କୌଣସି ପାଇଲଟର ଆବଶ୍ୟକ ନାହିଁ । 2023 ସୁଦ୍ଧା ଏହାର ପ୍ରଥମ ଟ୍ରାଏଲ ହେବ ବୋଲି ସେ କହିଛନ୍ତି ।
ତେବେ ଏତିକିରେ ସୀମିତ ରହିବନି ଶ୍ରେୟାଙ୍କ ଏୟାର ଭାଇକିଲ୍ ପ୍ଲାନ। ଟ୍ୟାକ୍ସି ପରେ ଫ୍ଲାଇଙ୍ଗ କାର ମଧ୍ୟ ନିର୍ମାଣ କରିବାକୁ ଯୋଜନା ରଖିଛନ୍ତି । ଏହି କାରଟି ଉଭୟ ରାସ୍ତା ଚାଲିବା ସହ ଆକାଶରେ ଉଡିପାରିବ । ଏହାସହିତ ଏହାକୁ ନିଜ ଘରର ଛାତ ଉପରେ ଲ୍ୟାଣ୍ଡ କରିପାରିବେ। ଆକାଶରେ ଉଡ଼ି ପାରୁଥିବା କାର ରେଞ୍ଜ 200 କି.ମି ରହିବା ବେଳେ ଏହାର ବେଗ ପ୍ରତି ଘଣ୍ଟା 160 କିଲୋମିଟର ରହିବ । ଏହାର ଆକାଶରେ 3 ହଜାର ମିଟର ଉଚ୍ଚତା ପର୍ଯ୍ୟନ୍ତ ଯାଇପାରିବ ବୋଲି ସେ ସୂଚନା ଦେଇଛନ୍ତି ।












Click it and Unblock the Notifications