ସ୍କୁଲ୍ ବସରେ ହଠାତ୍ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ
ଉତ୍ତରପ୍ରଦେଶ କୌଶମ୍ବୀ ଜିଲ୍ଲାରେ ସ୍କୁଲ ବସରେ ନିଆଁ । ପିଲାମାନଙ୍କୁ ଘରକୁ ଛାଡିବାକୁ ଯାଉଥିବା ଏକ ସ୍କୁଲ ବସରେ ହଠାତ୍ ନିଆଁ ଲାଗିଯାଇଥିଲା । ବସରେ ଅତିକମରେ ୪୦ ଜଣ ପିଲାଥିଲେ । ଧୂଆଁ ଦେଖି ତୁରନ୍ତ ଡ୍ରାଇଭର ବସ୍ ରୋକି ପିଲାମାନଙ୍କୁ ବାହାର କରିଥିଲେ । ବସ୍ କଣ୍ଡକ୍ଟର ଏବଂ ସ୍ଥାନୀୟ ଲୋକ ମିଶି ପିଲାମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଦୀର୍ଘ ସମୟ ପରେ ବସରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଛି ।

ତେବେ ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ପିଲାଙ୍କ ଜୀବନ ବଞ୍ଚିଯାଇଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି । ଘଟଣା ଉତ୍ତରପ୍ରଦେଶ କୌଶମ୍ବୀ ମଝାନପୁରର କୋତୱାଲି ଅଞ୍ଚଳରେ ଘଟିଛି । ମଝାନପୁରରୁ ଏକ ପବ୍ଲିକ ସ୍କୁଲରୁ ପିଲାମାନେ ବସରେ ଘରକୁ ଫେରୁଥିବା ବେଳେ ଏଭଳି ଘଟଣା ଘଟିଥିଲା । ବସରେ ଧୂଆଁ ଦେଖି ବସ୍ ଡ୍ରାଇଭର ଗାଡିଟିକୁ ଅଟକାଇ ଥିଲେ । ଏହାପରେ ବସରେ ଥିବା ୪୦ ଜଣ ପିଲାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ସୁରକ୍ଷିତ ଭାବେ ବାହାର କରାଯାଇଥିଲା । ଦୀର୍ଘ ସମୟ ପରେ ବସରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଛି ।












Click it and Unblock the Notifications