ଆଗ୍ରା: ପାତାଲକୋର୍ଟ ଏକ୍ସପ୍ରେସର ଦୁଇଟି ଡବାରେ ଲାଗିଲା ନିଆଁ, ସବୁ ଯାତ୍ରୀ ସୁରକ୍ଷିତ, ଦେଖନ୍ତୁ ଭିଡିଓ
ଉତ୍ତରପ୍ରଦେଶର ଆଗ୍ରା ଠାରେ ଏକ ବଡ଼ ରେଳ ଦୁର୍ଘଟଣା। ପାତାଲକୋର୍ଟ ଏକ୍ସପ୍ରେସର କିଛି କୋଚରେ ନିଆଁ ଲାଗି ଯାଇଛି । ତେବେ ସମସ୍ତ ଯାତ୍ରୀଙ୍କୁ ଠିକ୍ ସମୟରେ ଟ୍ରେନରୁ ବାହାର କରାଯାଇଛି । ତେଣୁ କେହି ଆହତ ହୋଇ ନାହାନ୍ତି । ବର୍ତ୍ତମାନ ରେଳ ଅଧିକାରୀମାନେ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାନୁସାରେ, ପାତାଲକୋର୍ଟ ଏକ୍ସପ୍ରେସ (14624) ପଞ୍ଜାବର ଫିରୋଜପୁରରୁ ମଧ୍ୟପ୍ରଦେଶର ସିବନି ଅଭିମୁଖେ ଯାଉଥିଲା। ତେବେ ଯେତେବଳେ ଟ୍ରେନ ଆଗ୍ରାର ଭଦଇ ରେଳ ଷ୍ଟେସନ ପରିସରରେ ପହଞ୍ଚିଲା ସେତେବଳେ ନିଆଁ ଲାଗିଯାଇଥିଲା । ଆନନ-ଫାନନ୍ ରେ ସବୁ ଯାତ୍ରୀଙ୍କୁ ଟ୍ରେନରୁ ବାହାର କରାଯାଇଥିଲା । କୋଚକୁ ଟ୍ରେନରୁ ଅଲଗା କରାଯାଇଥିଲା।
ଏହି ଘଟଣାରେ ଦୁଇ ଜଣ ଯାତ୍ରୀ ନିଆଁ ଦ୍ଵାରା ସାମାନ୍ୟ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି । ତେବେ ଏପର୍ଯ୍ୟନ୍ତ ନିଆଁକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରାଯାଇ ନାହିଁ । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ।
ଏହି ପ୍ରସଙ୍ଗରେ ଭାରତୀୟ ରେଳବାଇ କହିଛି ଯେ ଆଗ୍ରା-ଧୌଲପୂର୍ ମଝିରେ ପାତାଲକୋର୍ଟ ଏକ୍ସପ୍ରେସରେ ଧୂଆଁ ବାହାରିଥିବାର ସୂଚନା ମିଳିଛି । ଚତୁର୍ଥ କୋଚ୍, GS କୋଚ୍ ଇଞ୍ଜିନରୁ ଧୂଆଁ ଦେଖାଗଲା। ଟ୍ରେନକୁ ତୁରନ୍ତ ଅଟକାଇ କୋଚ୍ ଅଲଗା କରାଗଲା। କୌଣସି ବ୍ୟକ୍ତି ଆଘାତ ହୋଇ ନାହାନ୍ତି । ତେବେ କୋଚ୍ ସଂପୂର୍ଣ୍ଣ ଜଳି ଯାଇଥିଲା ।

ଟ୍ରେନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ କହିଛନ୍ତି ଯେ, କେହି କିଛି ବୁଝି ପାରିଲେ ନାହିଁ, କିନ୍ତୁ କିଛି ସମୟ ପରେ ଲୋକମାନେ କହିଥିଲେ ଯେ ଟ୍ରେନରେ ନିଆଁ ଲାଗିଯାଇଛି । ଏଭଳି ପରିସ୍ଥିତିରେ ସମସ୍ତେ ନିଜର ଜିନିଷପତ୍ର ସହିତ ଓହ୍ଲାଇ ଆସିଥିଲେ। କିଛି ସମୟ ପରେ ନିଆଁ ପୁରା କମ୍ପାର୍ଟମେଣ୍ଟରେ ଲାଗି ଯାଇଥିଲା । ଚତୁର୍ଥ କମ୍ପାର୍ଟମେଣ୍ଟ ପାଖରେ ଥିବା କମ୍ପାର୍ଟମେଣ୍ଟ ମଧ୍ୟ ନଷ୍ଟ ହୋଇଗଲା ।
आगरा में चलती ट्रेन में लगी आग. एक्सप्रेस ट्रेन के दो डिब्बों में लगी आग. थाना मलपुरा क्षेत्र के भाड़ई रेलवे स्टेशन के पास लगी आग. @RailMinIndia pic.twitter.com/DtFSKU00iF
— Himanshu Tripathi (@thimanshut) October 25, 2023
କିଛି ସମୟ ମଧ୍ୟରେ ରେଳ ଅଧିକାରୀ, କର୍ମଚାରୀ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ବର୍ତ୍ତମାନ ରେଳ ଟ୍ରାଫିକକୁ ସୁଗମ କରିବା କାର୍ଯ୍ୟ ସେଠାରୁ କୋଚଗୁଡ଼ିକୁ ହଟାଇ ଚାଲିଛି । ରେଳବାଇ ମଧ୍ୟ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ।
ଆଗ୍ରା ଷ୍ଟେସନରୁ ଦିବା 3: 45 ରେ ଛାଡିବାର କିଛି ସମୟ ପରେ ଚତୁର୍ଥ କୋଚରେ ନିଆଁ ଲାଗିଯାଇଥିଲା। ଟ୍ରେନକୁ ଅଟକାଇ ଯାଇଥିଲା ଏବଂ ପ୍ରଭାବିତ କୋଚକୁ ଅଲଗା କରାଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ । ପ୍ରଭାବିତ କୋଚ ଟ୍ରେନରୁ ବିଚ୍ଛିନ୍ନ ହୋଇଛି












Click it and Unblock the Notifications