ବାଣ କାରଖାନାରେ ହେଲା ଭୟଙ୍କର ବିସ୍ଫୋରଣ , ୬ ମୃତ ୬୦ ଆହତ

ହରଦା : ମଧ୍ୟପ୍ରଦେଶ ହରଦା ଜିଲ୍ଲାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ । ଏହି ବିସ୍ଫୋରଣରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି । ହରଦା ଜିଲ୍ଲାର ବେରାଗଡ଼ ଅଞ୍ଚଳରେ ଥିବା ବାଣ କାରଖାନାରେ ଭୟାବହ ବିସ୍ଫୋରଣ ହୋଇଛି ।

ଏହି ବିସ୍ଫୋରଣରେ ସମଗ୍ର ସହର କମ୍ପିତ ହୋଇଛି । ସୂଚନାନୁସାରେ, ଆଖପାଖ ଅଞ୍ଚଳରେ ପ୍ରାୟ ୫୦ଟି ଘରେ ନିଆଁ ଲାଗିଯାଇଛି । ବର୍ତ୍ତମାନ ୨୦ରୁ ଅଧିକ ଆହତଙ୍କୁ ହରଦା ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ, ମାଗରଦା ରୋଡସ୍ଥିତ ବେଆଇନ ବାଣ ଦୋକାନରେ ସକାଳେ ବିସ୍ଫୋରଣ ପରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିଲା । ସୂଚନା ପାଇବା ପରେ ଅଗ୍ନିଶମ ବିଭାଗର ଗାଡି ପ୍ରଶାସନିକ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଛି ।

Fire cracker

ହରଦା ବାଣ କାରଖାନା ଅଗ୍ନିକାଣ୍ଡ ସମ୍ପର୍କରେ ନର୍ମଦାପୁରାମରୁ ହରଦାକୁ ଅଗ୍ନିଶମ ବାହିନୀ ଏବଂ ଆମ୍ବୁଲାନ୍ସ ପଠାଯାଉଛି । ନର୍ମଦାପୁରମର କର୍ମଚାରୀମାନେ ମଧ୍ୟ ହରଦା ଯାଇଛନ୍ତି । ସରକାରୀ ସୂଚନା ଅନୁଯାୟୀ, ନର୍ମଦାପୁରାମରୁ ୬ ଟି ଦମକଳ ଗାଡ଼ି ଏବଂ ୪ ଟି ଆମ୍ବୁଲାନ୍ସ ସହ ଡାକ୍ତରୀ ଟିମ୍‌ଙ୍କ ସହ ଅନ୍ୟ କର୍ମଚାରୀଙ୍କ ସହ ହରଦା ଘଟଣା ସ୍ଥଳରେ ପହଁଞ୍ଚିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+