ଜନସେବା ଏକ୍ସପ୍ରେସରେ ଅଗ୍ନିକାଣ୍ଡ
ଅମୃତସରରୁ ବିହାର ସହରସା ଯାଉଥିବା ଜନସେବା ଏକ୍ସପ୍ରେସର ଏକ ବଗିରେ ଅଗ୍ନିକାଣ୍ଡ ଘଟିଛି। ସୋନବର୍ଷା କଚେରୀ ଷ୍ଟେସନ ନିକଟରେ ବଗିରେ ନିଆଁ ଲାଗିଯାଇଥିଲା। ରେଳ ପ୍ରଶାସନ ଓ ଷ୍ଟେସନରେ ଥିବା କର୍ମଚାରୀମାନେ ତୁରନ୍ତ ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଚେଷ୍ଟା କରିଥିଲେ। ସୂଚନା ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଗୋଟିଏ ବଗି ସମ୍ପୂର୍ଣ୍ଣ ଜଳି ଯାଇଥିବାବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ଜନସେବା ଏକ୍ସପ୍ରେସ୍ ନିର୍ଦ୍ଧାରିତ ସମୟରେ ସହରସା ଷ୍ଟେସନରେ ପହଞ୍ଚିଛି।ଇଲେକ୍ଟ୍ରିକ୍ ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାରମ୍ଭିକ ଯାଞ୍ଚରେ ଜଣାପଡିଛି।













Click it and Unblock the Notifications