କୋଲକାରାରୁ-ପାରୀଦୀପ ଆସୁଥିବା ବସରେ ଭୟଙ୍କର ଅଗ୍ନିକାଣ୍ତ, ଜଳିଗଲେ ମହିଳା ଯାତ୍ରୀ
Accident News: କୋଲକତାରୁ ଓଡ଼ିଶା ଆସୁଥିବା ବସରେ ଲାଗିଲା ନିଆଁ । ଅଗ୍ନିକାଣ୍ତରେ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଥିବା ନେଇ ସୂଚନା । ଗତକାଲି ରାତିରେ ପଶ୍ଚିମବଙ୍ଗର ଖଡ଼ଗପୁର ଗ୍ରାମୀଣ ଥାନା ମାଦପୁର ନିକଟରେ ଏକ ବସରେ ଭୟଙ୍କର ଅଗ୍ନିକାଣ୍ତ ଘଟିଥିଲା ।
ଏହି ଦୁର୍ଘଟଣାରେ ଜଣେ ମହିଳା ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ନେଇ ସୂଚନା ରହିଛି । ମୃତକଙ୍କ ନାଁ ପୁଷ୍ପାଞ୍ଜଳି ଦାସ, ସେ କେନ୍ଦ୍ରପଡ଼ା ଜିଲ୍ଲା ନୋଳିଆ ଗାଁର ବାସିନ୍ଦା । ମିଳିଥିବା ଖବର ଅନୁସାରେ, ତାଙ୍କ ସ୍ୱାମୀ କୋଲକତାରେ ଚାକିରି କରୁଥିଲେ, ଦୀପାବଳି ପାଇଁ ସ୍ୱାମୀ ଓ ପୁଅଙ୍କ ସହ ଘରକୁ ବୁଲି ଆସୁଥିଲେ, ଏହି ଅଘଟଣ ତାଙ୍କ ଜୀବନ ନେଇଛି ।

ସୂଚନା ଅନୁସାରେ, ନିଆଁ ଲାଗିଥିବା ବସରେ ମୋଟ୍ ୩୮ ଜଣ ଯାତ୍ରୀ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରୁ ୩୧ ଜଣ ଓଡ଼ିଶାର ଲୋକ ବସରେ ଯାତ୍ରା କରୁଥିଲେ । କେନ୍ଦ୍ରପଡ଼଼ାର ୧୬, ଯାଜପୁରର ୬ ଏବଂ ପାରାଦୀପର ୨ ଜଣ ଯାତ୍ରୀ ଥିବା ନେଇ ସୂଚନା ରହିଛି । ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ମେଦିନାପୁର ମେଡିକାଲ କଲେଜ ଆଣ୍ତ
ଡାକ୍ତରଖାନା ଓ ଖଡପୁର ଗ୍ରାମୀଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ବର୍ତ୍ତମାନ ସୁଦ୍ଧା, ବସରେ କେଉଁ କାରଣରୁ ନିଆଁ ଲାଗିଥିଲା ତାହା ସ୍ପଷ୍ଟ ହୋଇ ନାହିଁ ହେଲେ ଗାଡ଼ିରେ ବାଣ ଏବଂ ମହମବତି ଥିଲା । ପ୍ରଥମେ ଇଞ୍ଜିନ ପାଖରେ ନିଆଁ ଲାଗିଥିଲା । ଗାଡ଼ିର ଲକ୍ ହୋଇଯାଇଥିଲା ଫଳରେ ବସରୁ ବାହାରକୁ ବାହାରିବା ସମ୍ଭ ହୋଇନଥିଲା ଏବଂ ସମସ୍ତ ଯାତ୍ରୀ ଝରକା ଡେଇଁ ବାହରକୁ ବାହାରି ଆସିଥିଲେ। ମିଳିଥିବା ସୂଚନା ଅନୁସାରେ, ବସଟି ଗତକାଲି ରାତିରେ କୋଲକତାର ବାବୁଘାଟ ବସଷ୍ଟାଣ୍ତରୁ ପାରାଦୀପ ଆସୁଥିବା ହେଲେ କୌଣସି କାରଣରୁ ବସରେ ନିଆଁ ଲାଗିଯାଇଥିଲା ।












Click it and Unblock the Notifications