ଏୟାର ଇଣ୍ଡିଆ ବସରେ ଲାଗିଲା ନିଆଁ
ରାଜସ୍ଥାନ-ଆନ୍ଧ୍ରପ୍ରଦେଶ ପରେ ଏବେ ଦିଲ୍ଲୀରେ ଜଳିଲା ବସ୍। ଦିଲ୍ଲୀ ବିମାନବନ୍ଦରରେ ଏକ ବସ୍ ଜଳିଯାଇଥିବା ଜଣାପଡ଼ିଛି। ବିମାନବନ୍ଦରର ଟର୍ମିନାଲ ୩ରେ ଏକ ଏୟାର ଇଣ୍ଡିଆ ବସ୍ରେ ନିଆଁ ଲାଗିଥିବା ବେଳେ ଏବେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ଯେ, ଘଟଣା ଘଟିବା ବେଳେ କେହି ବସ୍ରେ ନଥିଲେ। ବର୍ତ୍ତମାନ ନିଆଁ ଲିଭାଇବା ପାଇଁ ପ୍ରୟାସ ଚାଲିଛି। ଘଟଣାସ୍ଥଳର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ବସ୍ଟି ହୁତୁ ହୁତୁ ହୋଇ ଜଳିଯାଉଥିବା ଦେଖାଯାଇଛି।

ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ଯେ, ବସ୍ଟି ଏୟାର ଇଣ୍ଡିଆ STS ଏୟାରପୋର୍ଟ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ପରିଚାଳିତ ହେଉଥିଲା। ତେବେ ଏହି ଘଟଣାକୁ ନେଇ ଏୟାର ଇଣ୍ଡିଆ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ।












Click it and Unblock the Notifications