ଦେଶର ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
ନୂଆଦିଲ୍ଲୀ : ଦେଶର ରାଜଧାନୀରେ ପୁଣି ହେଲା ଅଗ୍ନିକାଣ୍ଡ , ରବିବାର ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ । ଦିଲ୍ଲୀର ମୁଣ୍ଡକା ଇଣ୍ଡଷ୍ଟ୍ରିଆଲ୍ ଏରିଆର ଏକ କାରଖାନାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗିବା ମାତ୍ରେ ଏହି ଅଞ୍ଚଳରେ ବିଶୃଙ୍ଖଳା ଦେଖାଦେଇଥିଲା ।

ନିଆଁ ଏତେ ଭୟଙ୍କର ଥିଲା ଯେ ସମଗ୍ର ଅଞ୍ଚଳର ଧୂଆଁ ହୋଇଥିଲା ଓ ବର୍ତ୍ତମାନ ନିଆଁ ଲିଭାଇବା ପାଇଁ ଉଦ୍ୟମ ଚାଲିଛି । ଘଟଣାସ୍ଥଳରେ ୩୫ଟି ଅଗ୍ନିଶମ ବାହିନୀ ଗାଡି ପହଞ୍ଚିଛି । ଏବଂ ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି । ଏହି ଅଗ୍ନିକାଣ୍ଡ ପୂର୍ବରୁ ଗତକାଲି ଜୁନ୍ ୧୫ ରେ ବସନ୍ତ ବିହାର ଅଞ୍ଚଳର ଏକ ଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ ଏହା ନିକଟସ୍ଥ ଚାରିଟି ଦୋକାନକୁ ବ୍ୟାପି ଯାଇଥିଲା । ହେଲେ ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ ।












Click it and Unblock the Notifications