ହାଓଡ଼ା-ନୂଆଦିଲ୍ଲୀ ସୁପରଫାଷ୍ଟ ଟ୍ରେନରେ ଲାଗିଲା ନିଆଁ , ଜୀବନ ବଞ୍ଚାଇବାକୁ ଡେଇଁଲେ ଯାତ୍ରୀ
ନୂଆଦିଲ୍ଲୀ - ହାୱଡା-ନୂଆଦିଲ୍ଲୀ ରେଳ ମାର୍ଗରେ ସୋମବାର ଏକ ବଡ ଦୁର୍ଘଟଣା ଟଳି ଯାଇଛି। ଟାଟା ୧୮୧୮୪ ସୁପରଫାଷ୍ଟ ଟ୍ରେନ୍ର ଏକ ବଗିରେ ହଠାତ୍ ନିଆଁ ଲାଗି ଯାଇଥିଲା। ଘଟଣାଟି ଜାମତାଡା ଜିଲ୍ଲାର କାଲାଝରିଆ ରେଲୱେ ଟ୍ରାକ୍ ନିକଟରେ ଘଟିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ମୁତାବିକ, ବଗିରୁ ହଠାତ୍ ଧୂଆଁ ଓ ନିଆଁର ଆସ୍ତରଣ ବାହାରିବାକୁ ଲାଗିଲା , ଏଥିରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଗଲା। ଲୋକେ ଟ୍ରେନ୍ରୁ ବାହାରକୁ ଡ଼େଇବାକୁ ଲାଗିଲେ। ଲୋକୋ ପାଇଲଟ ଉପସ୍ଥିତ ବୁଦ୍ଧି ଦେଖାଇ ଟ୍ରେନ୍କୁ ତୁରନ୍ତ ରୋକି ଦେଇଥିଲେ ଏବଂ ଯାତ୍ରୀଙ୍କୁ ସୁରକ୍ଷିତ ବାହାରକୁ ଆଣିଥିଲେ।

ପାଖାପାଖି ୪୫ ମିନିଟ ଯାଏ ଟ୍ରେନ୍ ଠିଆ ହୋଇ ଥିଲା , ଏହି ସମୟରେ ରେଲୱେ ଷ୍ଟାଫ୍ ତୁରନ୍ତ ଅଗ୍ନି ନିର୍ବାପକ ଦ୍ୱାରା ନିଆଁକୁ କାବୁ କରିଥିଲେ। ଉପସ୍ଥିତ ରେଲୱେ ଅଧିକାରୀଙ୍କ ମୁତାବିକ , ବଗିର ଅଣ୍ଡର-ଗିୟରରୁ ନିଆଁ ଝୁଲ ବାହାରିବା କାରଣରୁ ନିଆଁ ଲାଗି ଯାଇଥିଲା। ଏହି ଘଟଣାରେ ଯାତ୍ରୀ ଘାବରେଇ ଯାଇଥିଲେ ଏବଂ ବଗିରୁ ଡ଼େଇଁ ପଡ଼ି ଥିଲେ।












Click it and Unblock the Notifications