ସମୁଦ୍ର ମଝିରେ ହୁତୁହୁତୁ ହୋଇ ଜଳିଲା ଜାହାଜ

ପୋରବନ୍ଦରରେ ସମୁଦ୍ର ଭିତରେ ଜାହାଜରେ ଲାଗିଲା ନିଆଁ । ସୁଭାଷନଗର ଜେଟିରେ କାର୍ଗୋ ସିପରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ମାତ୍ରେ ତିନୋଟି ଦମକଳ ଗାଡ଼ି ଘଟଣାସ୍ଥଳକୁ ପଠାଯାଇଥିଲା । ଜାମନଗର ସ୍ଥିତ HRM & Sons ର ଏହି ଡଙ୍ଗାରେ ଚାଉଳ ଏବଂ ଚିନି ବୋଝେଇ କରାଯାଇଥିଲା, ଯେଉଁଥିରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଲିଛି ।

ଏଥିରେ ୯୫୦ ଟନ ଚାଉଳ ଏବଂ ୧୦୦ ଟନ ଚିନି ଲଦାଯାଇଥିଲା । ଚାଉଳ ବୋଝେଇ ହୋଇଥିବାରୁ ଜାହାଜରେ ନିଆଁ କିଛି ସମୟ ମଧ୍ୟରେ ଉଗ୍ର ରୂପ ନେଇଥିଲା, ତେଣୁ ଜାହାଜଟିକୁ ସମୁଦ୍ର ମଝିକୁ ଟାଣି ନିଆଯାଇଥିଲା । ଅଧିକ କିଛି କ୍ଷତି ନ ହେଉ ସେଥିପାଇଁ ସମୁଦ୍ରକୁ ୧୦୦ କିମି ଯାଏଁ ଟଣାଯାଇଥିଲା ।

fire

ସୂଚନା ଅନୁଯାୟୀ, ଏହି ଜାହାଜଟି ସୋମାଲିଆର ବୋସାସୋ ଯାଉଥିଲା, ଯେତେବେଳେ କି ସେଥିରେ ନିଆଁ ଲାଗିଯାଇଥିଲା । ବର୍ତ୍ତମାନ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ କରାଯାଉଛି । ତଟରକ୍ଷାବାହିନୀ ନିଆଁ ଲିଭାଇବାକୁ ସମସ୍ତ ପ୍ରକାରର ଚେଷ୍ଟା କରୁଛି । ହେଲେ ଜାହାଜରେ ନିଆଁ କିପରି ଲାଗିଲା ତାହା ଜଣାପଡିନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+