ବିଲ୍ଡିଂରେ ଲାଗିଲା ନିଆଁ: ୨ ଜୀବନ୍ତ ଦଗ୍ଧ, ୯ ଗୁରୁତର

ମୁମ୍ବାଇ: ମୁମ୍ବାଇରେ ଏକ ୪ ତାଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ତ । ଅଗ୍ନିକାଣ୍ତରେ ୨ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳ ୯ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଅଗ୍ନିକାଣ୍ତର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ ।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦ଟା ବେଳେ ମୁମ୍ବାଇସ୍ଥିତ ଏକ ୪ ତାଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ତ ଘଟିଥିଲା । ଯେଉଁଥିରେ ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ଖବର ପାଇ ତୁରନ୍ତ ୧୫ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା ଏବଂ ଦୀର୍ଘ ସମୟ ପରେ ନିଆଁ ଆୟତ୍ତ କରିବାରେ ସଫଳ ହୋଇଥିଲା । ବିଲ୍ଡିଂରେ ଫସି ରହିଥିଲା ୯ ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

FIRE

ତେବେ ନିଆଁ ଆୟତ୍ତ ହେବା ପରେ ୨ ଟି ମୃତ ଦେବ ଉଦ୍ଧାର କରାଯାଇଥିଲା । ଦୁଇ ଜଣଙ୍କ ପରିଚୟ ମିଳିଛି । ମୃତକଦ୍ୱୟ ହେଲେ ହିରେନ ଶାହ ଏବଂ ନଳୀନି ଶାହ । ମୃତଦେହ ୨ଟି ଶବ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+