ମହାକୁମ୍ଭ ମେଳାରେ ଭୀଷଣ ନିଆଁ, ହୁତ୍ହୁତ୍ ହୋଇ ଜଳୁଛି ୨୫ ଅସ୍ଥାୟୀ କ୍ୟାମ୍ପ
ପ୍ରୟାଗରାଜ : ରବିବାର ଅପରାହ୍ନରେ ମହାକୁମ୍ଭ ମେଳା ଅଞ୍ଚଳରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ମହାକୁମ୍ଭମେଳାର ସେକ୍ଟର ୨୦ରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏହି କାରଣରୁ ମେଳା ପରିସରରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ମହାକୁମ୍ଭ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଦୂରରୁ ନିଆଁ ଏବଂ ଧୂଆଁ ଦେଖାଯାଉଥିଲା; ଅଗ୍ନିକାଣ୍ଡ ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ, ଅଗ୍ନିଶମ ବାହିନୀର ଅନେକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ଆରମ୍ଭ କରିଥିଲେ।
ତୁଳସୀ ମାର୍ଗରେ ସେକ୍ଟର -୧୯ ରେଲୱେ ବ୍ରିଜ୍ ତଳେ ବିବେକାନନ୍ଦ ସେବା ସମିତି ବାରଣାସୀର ଶିବିରରେ ଲାଗିଛି ନିଆଁ। ନିଆଁ ଖୁବ୍ ଜୋରରେ ବ୍ୟାପିବାରେ ଲାଗିଛି। ଘଟଣା ସ୍ଥଳରେ ଆତଙ୍କ ଖେଳି ଯାଇଛି। ଶିବିର ଭିତରୁ ସିଲିଣ୍ଡର ଫାଟିବାର ଶବ୍ଦ ମଧ୍ୟ ଶୁଣିବାକୁ ମିଳୁଛି। ନିଆଁ ଗୋଟିଏ ଶିବିରରୁ ଆଉ ଗୋଟିଏ ଶିବିରକୁ ଏମିତି ଭାବେ ବଢି ଚାଲିଛି। କିଛି ମିନିଟ୍ରେ ହିଁ ନିଆଁ ଡର୍ଜନରୁ ଅଧିକ ଟେଣ୍ଟକୁ ଜାଳି ପାଉଁଶ କରି ଦେଇଛି।

କୁହାଯାଉଛି କି, ସିଲିଣ୍ଡର ଲିକ୍ ହେବାରେ ନିଆଁ ଲାଗିଛି। ଅନ୍ୟ ସିଲିଣ୍ଡର ଗୁଡ଼ିକୁ ନେଇ ଲୋକେ ବାହାର ଆଡ଼କୁ ଦୌଡ଼ିବାର ଦେଖା ଯାଉଛି। ଘଟଣା ସ୍ଥଳରେ ସବୁ ରେସ୍କ୍ୟୁ ଦଳ ପହଞ୍ଚି ସାରିଛନ୍ତି। ଏନଡିଆରଏଫ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଶିବିର ଭିତରୁ ଲଗାତାର ହାଲକା ଧରଣର ଶବ୍ଦ ମଧ୍ୟ ଆସୁଛି। ଘଟଣା ସ୍ଥଳରେ ଆମ୍ୱୁଲାନ୍ସ ମଧ୍ୟ ପହଞ୍ଚି ସାରିଛି। ମୁଖ୍ୟ ଅଗ୍ନିଶମ କେନ୍ଦ୍ରରୁ ୪ଟି ବଡ଼ ବଡ଼ ଦମକଳ ଗାଡ଼ି ଓ ୮ଟି ବୁଲେଟ୍ ମଧ୍ୟ ପ୍ରସ୍ଥାନ କରି ସାରିଛି। ମିଡ଼ିଆ ସେଣ୍ଟରରୁ ଦୁଇଟି ଅଗ୍ନିଶମ ଗାଡ଼ି ଘଟଣା ସ୍ଥଳକୁ ଯାଇଛି, ହେଲେ ରାସ୍ତା ଜାମ୍ ଯୋଗୁଁ ବାଟରେ ଫସି ରହିଛି।












Click it and Unblock the Notifications