ବିଲ୍ଡିଂରେ ଲାଗିଲା ନିଆଁ: ୪ ଜୀବନ୍ତ ଦଗ୍ଧ,୯ ଗୁରୁତର

Delhi Fire Accident News: ରାଜଧାନୀ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ତ । ୪ ମହଲା ବିଲ୍ଡିଂରେ ନିଆଁ ଲାଗି ୪ ଜଣ ଜୀବନ୍ତ ଜଳି ଯାଇଥିବା ବେଳେ ଏହି ଅଗ୍ନିକାଣ୍ତରେ ୯ ଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା ରହିଛି । ଏପରି ଦୁର୍ଘଟଣା ରାଜଧାନୀ ଦିଲ୍ଲୀର ଶାସ୍ତ୍ରୀ ନଗର ଅଞ୍ଚଳରେ ଘଟିଛି ।

Delhi Fire


ସୂଟନା ଅନୁସାରେ, ଶାସ୍ତ୍ରୀ ନଗରରେ ଏକ ୪ ମହଲା ଘରର ଗ୍ରାଉଣ୍ତ ଫ୍ଲୋରରେ ପାର୍କିଂରେ ପ୍ରଥନେ ନିଆଁ ଲାଗିବା ପରେ ହଠାତ୍ ପୂରା ବିଲ୍ଡିଂକୁ ନିଆଁ ବ୍ୟାପି ଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ବହୁ ଘଣ୍ଟା ପରେ ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲେ ଅଗ୍ନିଶମ ବାହିନି । ଏହାପରେ ଘର ଭିକରୁ ୪ ମୃତ ଦେହ ଉଦ୍ଧାର କରାଯାଇଥିଲା । ମୃତକଙ୍କ ମଧ୍ୟରେ ମହିଳା ଏବଂ ଛୋଟ ପିଲା ଥିବା ନେଇ ସୂଚନା ରହିଛି ।

ସେହିପରି ୯ ଗୁରୁତର ଆହତଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ ୩ ପୁରୁଷ, ୪ ମହିଳା ଏବଂ ୨ ଛୋଟ ପିଲା ଅଛନ୍ତି । ନିଆଁ ଲାଗିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ । ଅନ୍ୟପଟେ ପୋଲିସ ଘଟଣାସ୍ଥଳକେ ପହଞ୍ଚ ତଦନ୍ତ ଆରମ୍ଭ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+