ଜଳୁଛି ଭୋପାଳ ସତପୁରା ସରକାରୀ ଭବନ, ସେନାର ସହାୟତା ଲୋଡ଼ିଲେ ରାଜ୍ୟ ସରକାର
Bhopal News:ଜଳୁଛି ମଧ୍ୟପ୍ରଦେଶ ସ୍ଥିତ ଭୋପାଳ ସତପୁରା ସରକାରୀ ଭବନ । ଗତକାଲିଠୁ ନିଆଁ ଲାଗିଥିଲେ ମଧ୍ୟ ଏଯାଏଁ ଆୟତ୍ତକୁ ଆସି ନାହିଁ । ଜଳୁଛି CBI, EOW, ଆଦିବାସୀ କଲ୍ୟାଣ, ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ଅଫିସ । ଫଳରେ ବହୁ ଗୁରୁତ୍ୱପୂର୍ଣ୍ଣି ଫାଇଲ୍ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ନେଇ ସୂଚନା । ତେବେ ନିଆଁକୁ ଲିଭାଇବା ପାଇଁ ସେନାବାହିନୀର ସହାୟତା ଲୋଡ଼ିବା ସହ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅବଗତ କଲେ ମୁଖ୍ୟମନ୍ତ୍ରୀ ।
ସୂଚନା ଅନୁସାରେ, ସୋମବାର ସନ୍ଧ୍ୟାରେ ସତପୁରା ବିଲ୍ଡିଂରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ମାତ୍ରେ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି । ପ୍ରଥମେ ସତପୁରାର ତୃତୀୟ ମହଲାରେ ଥିବା ଆଦିବାସୀ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା ।
राजधानी में सतपुड़ा भवन में भीषण आग लगी। तीन फायर ब्रिगेड की गाड़ियां मौके पर पंहुच कर आग बुझा रही है। वहीं बिल्डिंग में अन्य ऑफिस के कर्मचारी दहशत में आकर बिल्डिंग से बाहर निकल गए।@pcsharmainc pic.twitter.com/f1Vqzv56uj
— Laxmi Narayan Malviya (@LNMalviya6) June 12, 2023
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏସିରେ ନିଆଁ ଲାଗିଥିବାରୁ ଏହି ନିଆଁ ପୁରା ବିଲ୍ଡିଂକୁ ବ୍ୟାପିଯାଇଥିଲା । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ବହୁ ଗୁରୁତ୍ୱପୂର୍ଣ୍ଣି ସରକାରୀ ଫାଇଲ୍ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ନେଇ ସୂଚନା । ତେବେ ନିଆଁକୁ ଲିଭାଇବା ପାଇଁ ସେନାବାହିନୀର ସହାୟତା ଲୋଡ଼ିବା ସହ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅବଗତ କଲେ ମୁଖ୍ୟମନ୍ତ୍ରୀ ।

ସତ୍ୟପୁର ଭବନର ସୁରକ୍ଷା ବ୍ୟବସ୍ଥା ପରିଚାଳନା ଅଧିକାରୀମାନେ କହିଛନ୍ତି ଯେ, ଗତକାଲି ଅପରାହ୍ନ 4 ଟାରେ ହଠାତ୍ ତୃତୀୟ ମହଲାରେ ନିଆଁ ଲାଗିଯାଇଥିଲା। ଏହା ପରେ ହଠାତ୍ ସମଗ୍ର ବିଲ୍ଡିଂକୁ ନିଆଁ ବ୍ୟାପିଯାଇଥିଲା ।












Click it and Unblock the Notifications