ପ୍ରୟାଗରାଜ ମହାକୁମ୍ଭରେ ପୁଣି ଅଗ୍ନିକାଣ୍ତ
Prayagraj Mahakumbh: ପ୍ରୟାଗରାଜ ମହାକୁମ୍ଭରେ ପୁଣି ଅଗ୍ନିକାଣ୍ତ । ସେକ୍ଟର ୧୮ ଶଙ୍କରାଚାର୍ଯ୍ୟ ମାର୍ଗରେ ଭୟାବହ ଅଗ୍ନିକାଣ୍ତ ଘଟିଥିବା ନେଇ ସୂଚନା ରହିଛି। ଖବର ମିଳିବା ପରେ ଅଗ୍ନିଶମବାହିନୀ ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଛି । ତେବେ ଟେଣ୍ଟରେ କିପରି ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି । ସେହିପରି ବର୍ତ୍ତମାନ କ୍ଷୟକ୍ଷତିର ସୂଚନା ମଧ୍ୟ କୌଣସି ସୂଚନା ମିଳି ନାହିଁ ।

ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ନିଆଁ ଲାଗିବାର କିଛି ସମୟ ମଧ୍ୟରେ ଏହାକୁ ନିୟନ୍ତ୍ରଣ କରାଯାଇଥିଲା। ଏହି ଅଗ୍ନିକାଣ୍ତରେ କୌଣସି ଜନ ଜୀବନହାନି ହୋଇନାହିଁ। ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ଅସ୍ପଷ୍ଟ । ତେବେ କୌଣସି ମୃତାହତ ହୋଇନାହିଁ ଏବଂ ସବୁକିଛି ନିୟନ୍ତ୍ରଣରେ ଅଛି ବୋଲି ଜଣେ ପୋଲିସ ଅଧିକାରୀ ଗଣମାଧ୍ୟକୁ ସୂଚନା ଦେଇଛନ୍ତି । ସେକ୍ଟର ୧୮ର ଯେଉଁ ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିଲା ସେଠାରେ ବହୁ ସଂଖ୍ୟକ ସାଧୁସନ୍ଥ ବସବାସ କରନ୍ତି ।
#WATCH | Prayagraj | A fire breaks out in Sector 18, Shankaracharya Marg of Maha Kumbh Mela Kshetra. Fire tenders are at the spot. More detail awaited pic.twitter.com/G4hTeXyRd9
— ANI (@ANI) February 7, 2025












Click it and Unblock the Notifications