• search
For Quick Alerts
Turn On Notification  
For Daily Alerts

ଦିଲ୍ଲୀର ଜୋତା କାରଖାନାରେ ଅଗ୍ନିକାଣ୍ଡ, -6 ଜଣ ନିଖୋଜ

|

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଉତ୍ତାପ ବୃଦ୍ଧି ସହିତ ଅଗ୍ନିକାଣ୍ଡ ଘଟଣା ମଧ୍ୟ ବୃଦ୍ଧି ପାଉଛି । ସୋମବାର ଉଦ୍ୟୋଗ ନଗର ଅଞ୍ଚଳରେ ଥିବା ଏକ ଜୋତା କାରଖାନାରେ ଅଗ୍ନିକାଣ୍ଡ ଘଟିଛି । ସୋମବାର ସକାଳେ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି । ନିଆଁ ଏତେ ଭୟଙ୍କର ଥିଲା ଯେ ନିଆଁକୁ ଆୟତ୍ତ କରିବା ପାଇଁ 31 ଟି ଅଗ୍ନିଶମ ଗାଡ଼ି ନିୟୋଜିତ କରାଯାଇଥିଲା । ଖବର ଲେଖାଯିବା ପର୍ଯ୍ୟନ୍ତ ନିଆଁ ନିୟନ୍ତ୍ରଣକୁ ଆସିନଥିବା ସୂଚନା ରହିଛି ।

fire break out

ସୂଚନା ଅନୁଯାୟୀ ଗୋଦାମରେ ନିଆଁ ଲାଗିଛି । କୁହାଯାଉଛି ଯେ 6 ଜଣ ଶ୍ରମିକ ମଧ୍ୟ ଗୋଦାମରେ ଫସି ରହିଛନ୍ତି । ଏପର୍ଯ୍ୟନ୍ତ ସେମାନଙ୍କର କୌଣସି ପତ୍ତା ମିଳିନାହିଁ । ତେବେ ଏପର୍ଯ୍ୟନ୍ତ କୌଣସି ମୃତାହତ ନେଇ ଖବର ସମ୍ନାକୁ ଆସିନାହିଁ । ଏନେଇ ଦିଲ୍ଲୀ ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଅତୁଲ ଗର୍ଗ ସୂଚନା ଦେଇଛନ୍ତି ।

ନିଆଁ ଏତେ ଭୟଙ୍କର ଥିଲା ଯେ, ପ୍ରଥମେ ଅଗ୍ନିଶମ ବିଭାଗର 24 ଟି ଗାଡି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଆସିଥିଲେ, କିନ୍ତୁ ନିଆଁର ଭୟଙ୍କର ରୂପ ଦେଖି 7 ଟି ଗାଡି ପରେ ଡକାଯାଇଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Fire Break Out In Shoe Factory In Udyog Nagar Of Delhi
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X