ଡାକ୍ତରଖାନାରେ ଅଗ୍ନିକାଣ୍ତ: ୨୦ ନବଜାତ ଶିଶୁ ଉଦ୍ଧାର
ନୂଆଦିଲ୍ଲୀ:ଡାକ୍ତକଖାନାରେ ଭୟଙ୍କର ଅଗ୍ନିକାଣ୍ତ । ଶୁକ୍ରବାର ରାତିରେ ଦିଲ୍ଲୀ ବୈଶଳୀ ଅଞ୍ଚଳରେ ନ୍ୟୁ ବର୍ଣ୍ଣ ଚାଇଲ୍ଡ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ତ । ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଦିଲ୍ଲୀ ଅଗ୍ନିଶମ ବାହିନୀ । ୨୦ ଜଣ ନବଜାତ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।
ପୋଲିସ ଦେଇଥିବା ସୂଚନା ଅନୁସାରେ, ଦିଲ୍ଲୀ ବୈଶଳୀ ଅଞ୍ଚଳରେ ନ୍ୟୁ ବର୍ଣ୍ଣ ଚାଇଲ୍ଡ ଡାକ୍ତରଖାନାରେ ନିଆଁ ଲାଗିଯାଇଥିଲା । ଡାକ୍ତରଖାନା ମଧ୍ୟରେ ୨୦ ଜଣ ନବଜାତ ଶିଶୁ ଥିବା ନେଇ ସୂଚନା ମିଳିଥିଲା । ପ୍ରଥମେ ଘଟଣାସ୍ଥଳକୁ ୪ଟି ଦମକଳ ପଠାଇଯାଇଥିଲା । ହେଲେ ପରବର୍ତ୍ତି ସମୟରେ ଆଉ ୩ଟି ଦମକଳ ଗାଡି ପଠାଯାଇଥିଲା ଏବଂ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲା ଟିମ୍ ।

ନିଆଁ ଲାଗିଯାଇଥିବା ଡାକ୍ତରଖାନାରୁ ଉଦ୍ଧାର କରାଯାଇଥିବା ଶିଶୁମାନଙ୍କୁ ବିଭିନ୍ନ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ୧୩ ଜଣଙ୍କୁ ଆର୍ଯ୍ୟ ହସ୍ପିଟାଲ୍, ୨ ଜଣଙ୍କୁ ଦ୍ୱାରକା ମୋରେ ନ୍ୟୁବର୍ଣ୍ଣ ହସ୍ପିଟାଲ, ୨ ଜଣଙ୍କୁ ଜନକପୁରୀ ଜେ.କେ ହସ୍ପିଟାଲକୁ ପଠାଇ ଦିଆଯାଇଥିବା ନେଇ ସୂଚନା ରହିଛି ।
ସୂଚନା ଅନୁସାରେ, ଡାକ୍ତରଖାନାର ଗୋଟିଏ ଫ୍ଲୋରରେ କେବଳ ନିଆଁ ଲାଗିଥିଲା । ଯେଉଁଥି ପାଇଁ ବିଶେଷ କ୍ଷୟକ୍ଷତି ହୋଇ ନାହିଁ ।
କେହି ମୃତାହତ ମଧ୍ୟ ହୋଇନାହାନ୍ତି । ହେଲେ କିଛି ଆଲବାପତ୍ର ପୋଡିଯାଇଛି ।












Click it and Unblock the Notifications