କୋଲକତା ଆକ୍ରୋପଲିସ ମଲରେ ଭୟଙ୍କର ଅଗ୍ନିକାଣ୍ତ

Fire At Kolkata's Acropolos Mall: କୋଲକତା ଆକ୍ରୋପଲିସ ମଲରେ ଭୟଙ୍କର ଅଗ୍ନିକାଣ୍ତ ଘଟିଛି, ମଲରେ ଅନେକ ଲୋକ ଫସି ରହିଥିବା ନେଇ ସୂଚନା ରହିଛି । ଖବର ପାଇଁ ଘଟଣାସ୍ଥଳରେ ୧୦ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଛି । ସେହିପରି ମଲ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି ।

ସୂଚନା ଅନୁସାରେ, ରାଜଡଙ୍ଗା ମେନ୍ ରୋଡରେ ଥିବା ଏକ ମଲରେ ହଠାତ୍ ନିଆଁ ଭୟଙ୍କର ନିଆଁ ଲାଗିଯାଇଥିଲା । ତେବେ ଅଗ୍ନିକାଣ୍ତର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ପ୍ରଥମେ ୫ମ ମହଲାରେ ଥିବା ଫୁଡ କୋର୍ଟରେ ହଠାତ୍ ନିଆଁ ଲାଗିଯାଇଥିଲା । ପରେ ଚାରି ଆଡେ ନିଆଁ ବ୍ୟାପି ଯାଇଥିଲା ଏବଂ ସବୁ ଆଡେ ଧୂଆଁମନ ହୋଇଯାଇଥିଲା । ନିଆଁ ଦେଖି ଲୋକଙ୍କ ମଧ୍ୟରେ ଦୌଡାଦୌଡି ଆରମ୍ଭ ହୋଇଯାଇଥିଲା । ପ୍ରବଳ ଭିଡ଼ ଥିବା କାରଣରୁ ଅନେକ ଲୋକ ଆହୁରି ଭିତରେ ଫସି ରହିଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି ।

Fire At Kolkata s Acropolos Mall

ଅନ୍ୟପକ୍ଷରେ ଜଣେ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ମୃତାହତ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ହେଲେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭିତରେ ଫସି ରହିଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି । ପ୍ରାୟ ୧୦ଟି ୧୦ଟି ଅଗ୍ନିଶମ ଗାଡ଼ି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+