ଦିଲ୍ଲୀର ଏକ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ଚାଲିଗଲା ୨ ଜଣଙ୍କ ଜୀବନ
ଦିଲ୍ଲୀ : ଦିଲ୍ଲୀରେ କୀର୍ତ୍ତି ନଗରରେ ଥିବା ଏକ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ । ଏହି ଘଟଣାରେ ଦୁଇ ଜଣ ବ୍ୟକ୍ତିଙ୍କର ଶ୍ବାସ ରୁଦ୍ଧ ହେବା ଫଳରେ ମୃତ୍ୟୁ ହୋଇଛି । ନିଆଁ ଲାଗିବାର ଖବର ପାଇବା ସଙ୍ଗେ ସଙ୍ଗେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପୋଲିର ସୂଚନା ଅନୁସାରେ ନିଆଁକୁ ଆୟତ୍ତ କରାଯାଇଛି ।
ଫ୍ୟାକ୍ଟ୍ରିରୁ ଦୁଇ ମୃତ ହେହକୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । କେମିତି ନିଆଁ ଲାଗିଲା ତାହାର କାରଣ ଖୋଜା ଯାଉଛି । ଯେତେବେଳେ ନିଆଁ ଲାଗିଥିଲା ସେହି ସମୟରେ ଆସବାବପତ୍ର ସହିତ ସେଠାରେ ଜଣେ ଝିଅ ମଧ୍ୟ ଥିଲା । ସୂଚନା ମୁତାବକ, ଦିଲ୍ଲୀର କିର୍ତ୍ତୀ ନଗର ଅଞ୍ଚଳରେ ଥିବା ଏକ ଫର୍ଣ୍ଣିଚର ବଜାର ରହିଥିଲା। ନିଆଁ ଲାଗିଥିବା କାରଖାନାରେ କାଠ ଏବଂ ଫର୍ଣ୍ଣିଚର ରଖାଯାଇଥିଲା। ଅଗ୍ନିକାଣ୍ଡ ଯୋଗୁଁ କାରଖାନାରେ ଧୂଆଁ ବ୍ୟାପିବା ଯେଉଁ କାରଣରୁ ଏଥିରେ ଶୋଇଥିବା ଦୁଇଜଣ ଯୁବକ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ। ଏଥିମଧ୍ୟରୁ ଜଣେ ମୃତ ଉତ୍ତରପ୍ରଦେଶର ଏବଂ ଅନ୍ୟ ଜଣେ ବିହାରର ବୋଲି ଜଣାପ଼ଡିଛି।
ପ୍ରାରମ୍ଭିକ ଅନୁସନ୍ଧାନରେ ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ବୋଲି ଜଣାପଡିଛି। ଏହାର ପ୍ରକୃତ କାରଣ ଅନୁସନ୍ଧାନ କରାଯାଉଛି। ଏଥିପାଇଁ FSL ଦଳକୁ ଘଟଣାସ୍ଥଳକୁ ଡକାଯାଇ ତଦନ୍ତ କରାଯାଇଥିଲା। ତେବେ ପୋଲିସର ସୂଚନାନୁସାରେ, ସକାଳ ପ୍ରାୟ ୪.୩୦ରେ ପୋଲିସ ଓ ଅଗ୍ନିଶମ ବାହିନୀ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇଥିଲେ।

ସଙ୍ଗେ ସଙ୍ଗେ ୭ଟି ଅଗ୍ନିଶମ ଟେଣ୍ଡର ପଠାଯାଇଥିଲା। ବହୁ ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଥିଲା। ବିଲ୍ଡିଂର ଉପର ମହଲାରେ ନିଆଁ ଲାଗିଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି। ଯେତେବେଳେ ସେମାନେ କଷ୍ଟରେ ଭିତରକୁ ପ୍ରବେଶ କଲେ ସେଠାରେ ଦୁଇ ଜଣଙ୍କ ମୃତଦେହ ମିଳିଥିଲା ।












Click it and Unblock the Notifications